You are currently viewing ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି, ନିର୍ଦ୍ୱନ୍ଦରେ ହେଲେ ନିର୍ବାଚିତ

ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି, ନିର୍ଦ୍ୱନ୍ଦରେ ହେଲେ ନିର୍ବାଚିତ

ଭୁବନେଶ୍ୱର (ଏଏନଏସ): ଓଡ଼ିଶା ବିଧାନସଭାର ନୂଆ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ। ନିର୍ଦ୍ୱନ୍ଦରେ ବିଧାନସଭାର ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ। ଗତକାଲି ଉପ-ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ସାଲୁଗା ପ୍ରଧାନ। ନିଦ୍ୱନ୍ଦ୍ୱରେ ଉପ-ବାଚସ୍ପତିଙ୍କୁ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆ ଉପ-ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ। ସେହିଭଳି ଉପ-ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଲୁଗା ପ୍ରଧାନ ।

 

ଅନ୍ୟମାନଙ୍କୁ ଜଣାନ୍ତୁ।