You are currently viewing ଶୋକ ପ୍ରସ୍ତାବ ଆଗତ, ଆସନ୍ତାକାଲି ଯାଏଁ ଗୃହ ମୁଲତବି

ଶୋକ ପ୍ରସ୍ତାବ ଆଗତ, ଆସନ୍ତାକାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ। ଆରମ୍ଭରୁ ଗୃହରେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି, ପୂର୍ବତନ ଉପମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ମୁଖ୍ୟ ସଚେତକ ଅଜୟ ଜେନା, ପୂର୍ବତନ ସଦସ୍ୟ ରବି ଦାଶ ଓ ଯୁଧିଷ୍ଠିର ସାମନ୍ତରାୟଙ୍କ ବିୟୋଗରେ ୨ ମିନିଟ୍ ଶୋକ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ଲାନସ ହାବିଲଦାର ସରୋଜ ଦାସ ଓ ପୂର୍ବତନ କନେଷ୍ଟବଳ ପ୍ରକାଶ ସିଆଲଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା।

ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ମୁଖ୍ୟ ସଚେତ ମୋହନ ମାଝୀ ମଧ୍ୟ ସମର୍ଥନ ଜଣାଇଥିଲେ। ଏହା ପରେ କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଶୋକ ପ୍ରସ୍ତାବକୁ ମସର୍ଥନ ଦେବା ସହ ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ। ପରେ ସିପିଆଇ ନେତା ମଧ୍ୟ ଏହି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ପରେ  ଦିବଂଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ଆସନ୍ତାକାଲି ସକାଳ ସାଢେ ୧୦ଟା ଯାଏଁ ବାଚସ୍ପତି ପ୍ରମିଳା ମଲ୍ଲିକ ମୁଲତବି ଘୋଷଣା କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।