You are currently viewing କ୍ୟାନ୍ସର ପୀଡ଼ିତ ଶିଶୁଙ୍କ ପାଇଁ ହସ୍ପିଟାଲ୍, ବ୍ୟୟ ଅଟକଳ ୨୭୦ କୋଟି

କ୍ୟାନ୍ସର ପୀଡ଼ିତ ଶିଶୁଙ୍କ ପାଇଁ ହସ୍ପିଟାଲ୍, ବ୍ୟୟ ଅଟକଳ ୨୭୦ କୋଟି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନ୍ଏସ): ଏବେ କ୍ୟାନସର ପୀଡିତ ଶିଶୁଙ୍କ ଚିକିତ୍ସା ସୁରୁଖୁରୁରେ ହୋଇପାରିବ। ଏଥିପାଇଁ ବାପା ମାଆଙ୍କୁ ଆଉ ସମସ୍ୟା ଭୋଗିବାକୁ ପଡ଼ିବନି। ରାଜ୍ୟ ସରକାର ଏନେଇ ଶୁକ୍ରବାର ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। ଟାଟା ମେମୋରି ଆଲ୍ ସେଣ୍ଟରକୁ ଚିଠି ଲେଖି ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ନିର୍ମାଣ ହେବାକୁ ଥ‌ିବା ହସ୍ପିଟାଲ ନିମନ୍ତେ ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି ବୋଲି ଜଣାଇଦେଇଛନ୍ତି।

ଜଟଣୀରେ ଟାଟାମେମୋରିଆଲ୍ ସେଣ୍ଟର ସହଯୋଗରେ ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରାଯିବ। ଏହା ସହିତ ରୋଗୀଙ୍କ ସହ ଆସୁଥିବା ଲୋକଙ୍କର ସୁବିଧାରେ ରହିବା ପାଇଁ ହସ୍ପିଟାଲ ନିକଟରେ ଏକ ଧର୍ମଶାଳା ନିର୍ମାଣ କରାଯିବ। ଉଭୟକୁ ରାଜ୍ୟ ସରକାର ନିର୍ମାଣ କରି ଟାଟା ମେମୋରିଆଲ ସେଣ୍ଟର (ଟିଏମସି)କୁ ହସ୍ତାନ୍ତର କରିବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ପେଡ୍ରିଆଟ୍ରିକ୍ କ୍ୟାନସର ଫାସିଲିଟି ପାଇଁ ୧୫୦ କୋଟି ଟଙ୍କା (ବିଣ୍ଟିଂ ପାଇଁ ୮୦ କୋଟି ଓ ଚିକିତ୍ସା ଉପକରଣ ପାଇଁ ୭୦ କୋଟି ) ସହ ୨ ଲକ୍ଷ ବର୍ଗ ଫୁଟର ଧର୍ମଶାଳା ନିର୍ମାଣ ଲାଗି ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।