ଭୁବନେଶ୍ୱର, ଏଥର ଶନିବାର ଓ ରବିବାର ବନ୍ଦ ରହିବନି ସ୍କୁଲ । ରାଜ୍ୟରେ ସ୍କୁଲ ଖୋଲିବା ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଚଳିତ ମାସ ୮ ତାରିଖରେ ଖୋଲିବାକୁ ଯାଉଛି ସ୍କୁଲ । ଜାନୁଆରୀ ମାସଠାରୁ ଆରମ୍ଭ କରି ଏପ୍ରିଲ ମାସ ପର୍ଯ୍ୟନ୍ତ ପାଠ ପଢ଼ା ଚାଲିବ । ବିଶେଷ କରି ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ୮ ତାରିଖରୁ ଆରମ୍ଭ ହେବ । ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପାନୀୟ ଜଳର ବନ୍ଦୋବସ୍ତ କରାଯିବା ସହ ସୁରକ୍ଷିତ ମଧ୍ୟ କରାଯିବ । ସ୍କୁଲ ପରିସରକୁ ବାରମ୍ବାର ସାନିଟାଇଜ କରାଯିବ । ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ବ୍ୟବସ୍ଥା କେବଳ ଅଭିଭାବକଙ୍କର ରହିବ । ସ୍କୁଲଠାରୁ ୧୦୦ମିଟର ଦୂରତା ଭିତରେ କୌଣସି ଖାଦ୍ୟ ସାମଗ୍ରୀ ମିଳିବ ନାହିଁ । ସ୍କୁଲ ଖୋଲିବା ପରେବି ଜାରି ରହିବ ଅନ୍ଲାଇନ କ୍ଲାସ । କିନ୍ତୁ କେତେବେଳେ ପାଠ ପଢ଼ାଯିବ ତାହାର ନିଷ୍ପତ୍ତି ନେବେ ଜିଲ୍ଲାପାଳ । ଗୋଟିଏ କ୍ଲାସରୁମ୍ ଭିତରେ ୨୦ ରୁ ୨୫ଜଣ ଛାତ୍ରଛାତ୍ରୀ ବସି ପାରିବେ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ