କୁଣ୍ଡା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ

ରାୟଗଡ଼ା, କୁଣ୍ଡା ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି । ଏହି ଗଞ୍ଜେଇ ଜବତ କରିଛି ମୁନିଗୁଡ଼ା ପୁଲିସ। ଏସଡିପିଓ ଆକାଶ ସାହୁଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରି କୁଟ୍ରାଗଡ଼ ନିକଟରୁ ଏକ ଟ୍ରକକୁ ଜବତ କରିଛି। ସୂଚନା ଅନୁଯାୟୀ, ଚନ୍ଦ୍ରପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ମାଫିଆମାନେ ଗଞ୍ଜେଇ ସଂଗ୍ରହ କରି ପ୍ୟାକିଂ କରିବା ପରେ କୁଣ୍ଡା ବସ୍ତା ଭିତରେ ପ୍ୟାକିଂ କରି ଟ୍ରକ ଯୋଗେ ବାହାରକୁ ପଠାଉଥିଲେ। କୌଣସି ସୂତ୍ରରୁ ଖବର ପାଇବା ପରେ ଏସଡିପିଓ ଟିମ୍ ସହ ଚଢ଼ାଉ କରିଥିଲେ। ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Leave A Reply

Your email address will not be published.