You are currently viewing କୋଉଠି ରହିବେ ? ଭିତରେ ନା ବାହାରେ!

କୋଉଠି ରହିବେ ? ଭିତରେ ନା ବାହାରେ!

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୭/୧୦, ଗତକାଲି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନର ଶୁଣାଣି କରାଯାଇଥିଲା ଏସଡିଜିଏମ୍‌ଙ୍କ କୋର୍ଟରେ । ଏହି ଆବେଦନର ଶୁଣାଣିକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ତେବେ ଅପେକ୍ଷା କ’ଣ ହେବ କୋର୍ଟଙ୍କ ରାୟ । ଅର୍ଚ୍ଚନା ନାଗ ଜେଲରେ ରହିବେ ନା ତାଙ୍କୁ ଜାମିନ ମିଳିବ ? ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦାୟର କରିଥିବା ମାମଲାରେ ତାଙ୍କୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା । ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ପକ୍ଷରୁ କୋର୍ଟରେ ଜାମିନ ଆବେଦନ କରାଯାଇଛି । ଭୁବନେଶ୍ୱର ଏସଡିଜେଏମ କୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ଅର୍ଚ୍ଚନାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜିର କରାଯାଇଥିଲା । ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଇ ଅର୍ଚ୍ଚନା ୩ କୋଟି ଟଙ୍କା ମାଗିଥିବା ନେଇ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଗିରଫ ପରେ ଗତକାଲି ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଥିଲେ ଅର୍ଚ୍ଚନା ନାଗ । କହିଥିଲେ, ସେ କାହାରିକୁ ବ୍ଲାକମେଲିଂ କରିନାହାନ୍ତି । ସବୁ ଅଭିଯୋଗ ମିଛ । ତଦନ୍ତ ହେଉ ସତ ବାହାରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।