You are currently viewing କଏଦୀମାନଙ୍କ ପାଇଁ ଝାରପଡ଼ା ଜେଲ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା

କଏଦୀମାନଙ୍କ ପାଇଁ ଝାରପଡ଼ା ଜେଲ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର; କରୋନା ମୁକାବିଲାକୁ ଆଖି ଆଗରେ ରଖି ଝାରପଡ଼ା ଜେଲରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜେଲରେ ସଂକ୍ରମଣ ବଢୁଥିବାରୁ ଝାରପଡ଼ା ଜେଲ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଜେଲକୁ ପ୍ରତିଦିନ ଆସୁଥିବା ନୂଆ କଏଦୀଙ୍କ ଲାଗି ୪ଟି କ୍ବାରାଣ୍ଟିନ୍‌ ଵାର୍ଡର ବ୍ୟବସ୍ଥା କରାଯାଇଛି। ନୂଆ କଏଦୀମାନେ ସେହି ଵାର୍ଡରେ ରହିବେ। ସେମାନଙ୍କର କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି।

ସେହିପରି ପୂର୍ବରୁ ଥିବା କଏଦୀଙ୍କ ଭିତରୁ ଯଦି କାହାର ଥଣ୍ଡା, କାଶ, ଜ୍ବର ଭଳି ଲକ୍ଷଣ ବାହାରେ, ତାହାଲେ ସେମାନଙ୍କ ଲାଗି ଅନ୍ୟ ଏକ ଵାର୍ଡର ବ୍ୟବସ୍ଥା ହୋଇଛି। ଜେଲ୍‌ର ଡାକ୍ତର ସେମାନଙ୍କୁ ନିୟମିତ ଚିକିତ୍ସା କରୁଥିବା ବେଳେ ଯଦି କାହାର କରୋନା ଲକ୍ଷଣ ପ୍ରକାଶ ପାଏ, ସେମାନଙ୍କର କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ ହୋଇଛି। କଏଦୀ ଓ କର୍ମଚାରୀଙ୍କ ଲାଗି ୩ ହଜାର ମାସ୍କ ଯୋଗାଇ ଦିଆଯାଇଥିବା ବେଳେ ପ୍ରବେଶ ପଥ ନିକଟରେ ସ୍କ୍ରିନିଂ ଓ ସାନିଟାଇଜ୍ କରାଯିବାର ବ୍ୟବସ୍ଥା ହୋଇଛି।

A growing number of women are incarcerated in the U.S. and many of them give birth in prison or jail.

କଏଦୀ ଓ କର୍ମଚାରୀମାନଙ୍କ ପ୍ରବେଶ ସମୟରେ ଫାଟକ ନିକଟରେ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଏହା ପରେ ଶରୀରରେ ଅମ୍ଳଜାନର ପରିମାଣ କେତେ ରହିଛି, ତାହା ଜାଣିବା ଲାଗି ଅକ୍ସିମିଟର ପରୀକ୍ଷା କରାଯାଉଛି। ସାନିଟାଇଜର୍ ମାଧ୍ୟମରେ ହାତକୁ ସାନିଟାଇଜ୍ କରାଯାଉଥିବା ବେଳେ ହିଟର୍‌ରେ ଗରମ ହେଉଥିବା ଲୁଣ ସେକ ନେଇ ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଥିବା ଝାରପଡ଼ା ଜେଲ୍ ଅଧୀକ୍ଷକ ଡି.ଏନ୍ ବାରିକ ସୂଚନା ଦେଇଛନ୍ତି। 

ଅନ୍ୟମାନଙ୍କୁ ଜଣାନ୍ତୁ।