You are currently viewing ବୃଦ୍ଧି ହେଲା ସୁକନ୍ୟା ଯୋଜନା ସୁଧ ହାର 

ବୃଦ୍ଧି ହେଲା ସୁକନ୍ୟା ଯୋଜନା ସୁଧ ହାର 

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ କରୁଥିବା ଲୋକଙ୍କୁ ସରକାର ବଡ ଉପହାର ଦେଇଛନ୍ତି । ସୁକନ୍ୟା ଭଳି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧହାର ବୃଦ୍ଧି କରିଛି ସରକାର । ପ୍ରାୟ ଦେଢ଼ ବର୍ଷ ପରେ ଏହି ସବୁ ଯୋଜନାର ସୁଧ ହାରରେ ପରିବର୍ତ୍ତନ କରାଯାଇଛି । ଏଥର ସୁଧ ୨୦ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୨୦ ପ୍ରତିଶତ ବୃଦ୍ଧି ପାଇଛି ।

ଶୁକ୍ରବାର ଅନୁଷ୍ଠିତ ବୈଠକରେ ଅର୍ଥ ମନ୍ତ୍ରଣାଳୟ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ୨୦୨୪ ଜାନୁଆରୀ-ମାର୍ଚ୍ଚ ତ୍ରୟମାସ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ୦.୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଡିସେମ୍ବର ୨୯ରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ୩ ବର୍ଷର ଟର୍ମ ଡିପୋଜିଟ ଯେପରିକି ପୋଷ୍ଟ ଅଫିସ ଏଫଡି ଉପରେ ସୁଧ ହାର ୧୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି । ଏବେ ଏଥିରେ ୭ ପ୍ରତିଶତ ପରିବର୍ତ୍ତେ ୭.୧୦ ପ୍ରତିଶତ ସୁଧ ମିଳିବ । ନୂଆ ସୁଧ ହାର ଚଳିତ ଆର୍ôଥକ ବର୍ଷର ଶେଷ ତ୍ରୟମାସ ପାଇଁ ଲାଗୁ ହେବ । ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ମଧ୍ୟ ବୃଦ୍ଧି କରାଯାଇଛି ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ଜାନୁଆରୀ-ମାର୍ଚ୍ଚ ତ୍ରୟମାସପାଇଁ ୮ ପ୍ରତିଶତ ପରିବର୍ତ୍ତେ ୮.୨ ପ୍ରତିଶତ ସୁଧ ମିଳିବ । ଏହି ଯୋଜନାକୁ ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି । ଖାସ୍ କଥା ହେଉଛି ସରକାର ପ୍ରାୟ ୬ଟି ତ୍ରୈମାସ ପରେ ସୁକନ୍ୟା ସ୍କିମର ସୁଧହାର ବୃଦ୍ଧି କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଅନ୍ୟ ସ୍ପଳ୍ପ ସଞ୍ଚୟ ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଅର୍ଥାତ୍ ପିପିଏଫ, ଏନଏସସି ଭଳି ଯୋଜନାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।