ରାଜ୍ୟରେ ଉଭୟ କରୋନା ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଟେଲି ମେଡ଼ିସିନ ସେବା । ଏହି ସେବା ମାଧ୍ୟମରେ ସମସ୍ତ ରୋଗୀ ନିଜ ଘରେ ବସି ଫୋନ ଜରୀଆରେ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ । ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୪୧ଟି ସ୍ଥାନରେ ଏହି ସେବା ଆରମ୍ଭ ହୋଇଛି । ଏହି ସେବା ଦ୍ୱାରା ରାଜ୍ୟର ସମସ୍ତ ଜନସାଧାରଣ ଉପକୃତ ହେବେ ବୋଲି ଆଶା କରାଯାଉଛି । ସରକାରଙ୍କ ତରଫରୁ କରୋନା ମହାମାରୀ ସମୟରେ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଏଭଳି ଏକ ଅଭିନବ ସେବା ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯାଇଛି ।