ଜଳିଗଲା୧୦ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଆରଡ଼ି, (ପ୍ରିୟବ୍ରତ): ଗତ କାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଭଦ୍ରକ ଜିଲ୍ଲାର ତିହିଡି ବଜାରରେ ଥିବା ୧୦ ଗୋଟି ଦୋକାନ ଘର ଜଳି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ନିଆଁ ପ୍ରକୋପ ଏତେ ଭୟାନକ ଥିଲା ଯେ, ଦୋକାନ ଘର ଭିତରୁ କୌଣସି ସାମଗ୍ରୀ ବାହାରକୁ କାଢ଼ିବା ଅସମ୍ଭବ ହୋଇପଡିଥିଲା । ତେଣୁ ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ଜାଳି ପୋଡି ପାଉଁଶ ହୋଇଯାଇଛି। ନିଆଁ କିପରି ଲାଗିଲା ତାହା ଜଣା ପଡିନାହିଁ। ଅଗ୍ନିଶମ ବିଭାଗ ଓ ଦମକଳ ବାହିନୀ ଆସିବାରେ ବିଳମ୍ବ ହେବାରୁ ନିଆଁ ଆୟତ ଚାରିଆଡେ଼ ବ୍ୟାପୀ ଯାଇଥିଲା। ଚାହୁଁ ଚାହୁଁ୧୦ରୁ ଅଧିକ ଦୋକାନ ଜଳି ପାଉଁଶ ହୋଇଗଲା ।

Leave A Reply

Your email address will not be published.