You are currently viewing କୋରାପୁଟ ସୁନାବେଡା ଥାନା ନିକଟରେ ପଡିଛି ମୃତଦେହ

କୋରାପୁଟ ସୁନାବେଡା ଥାନା ନିକଟରେ ପଡିଛି ମୃତଦେହ

  • Post category:ଓଡିଶା
  • Reading time:1 mins read

କୋରାପୁଟ,୦୯/୧୦: କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ । ମୃତ ବ୍ୟବସାୟୀଙ୍କ ଘର ରାଜୀବ ନଗରରେ । ସେ ରାସିୟେନ ବଜାରରେ ବ୍ୟବସାୟ କରୁଥିଲେ । ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡି ନାହିଁ । ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କାରଣ ମୃତ ବ୍ୟବସାୟୀଙ୍କ ଗାଲରେ ଓ ଶରୀରରେ ଏକାଧିକ ସ୍ଥାନରେ କଟା ଦାଗ ରହିଛି । ତେଣୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ଥାନା ନିକଟରେ ଏସଡିପିଓଙ୍କ କାର୍ଯ୍ୟାଳୟ ପଛପଟରେ ବ୍ୟବସାୟୀଙ୍କ ମୃତ ଦେହ ପଡିଛି । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାର ତଦନ୍ତ କରିବେେ ବୋଲି ସୁନାବେଡା ଏସଡିପିଓ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।