ଗୋଷ୍ଠୀ ସଂକ୍ରମଣର ନିକଟବର୍ତ୍ତୀ ହେଉଛି ରାଜଧାନୀ!

ରାଜ୍ୟରେ କରୋନା ସଂକ୍ରମଣର ସଂଖ୍ୟା ଦ୍ରୁତଗତିରେ ବଢୁ ଥିବାବେଳେ ରାଜଧାନୀ ଭୁବନେଶ୍ୱର ମଧ୍ୟ ପଛରେ ପଡ଼ିନାହିଁ।ମିଳିଥିବା ଆକଳନ ଅନୁଯାଇ ଗତକାଲି ରାଜଧାନୀର ସଂକ୍ରମିତ ସଂଖ୍ୟା ମଧ୍ୟରେ ବସ୍ତି ସଂକ୍ରମଣ ବା ଗୋଷ୍ଠି ସଂକ୍ରମିତଙ୍କ ସଂଖ୍ୟା ଥିଲା ୨୮ ଓ ସଂଘରୋଧ କେନ୍ଦ୍ରର ସଂକ୍ରମଣ ସଂଖ୍ୟା ୩୭ ଥିଲା।

ପ୍ରଶାସନ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତ ଥିବା କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ସାରା ରାଜଧାନୀ କରୋନା ମହାମାରୀର କବଳରେ ଥିବାବେଳେ, ଡାକ୍ତରଖାନା ଗୁଡିକରେ ଶଯ୍ୟାର ଅଭାବ, ଗୁଜବ ସ୍ମାର୍ଟ ସିଟି ବାସୀଙ୍କୁ ଚିନ୍ତାରେ ପକାଇଛି । ଆଗକୁ ଏହି ରୂପ ଆହୁରି ଭୟଙ୍କର ହେବବୋଲି ସ୍ବାସ୍ତ୍ୟ ବିଶେଷଜ୍ଞ ମାନେ ମତପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.