ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରି ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର, ଭୁବନେଶ୍ୱରରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରି ଭୁବନେଶ୍ୱର ଆଣିଛି ସିବିଆଇ। ଓଡିଶାରେ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ନେଇ ତାଙ୍କୁ ପଚରାଉଚରା କରାଯିବ । କୋଲକାତାରୁ ଗିରଫ କରି ତାଙ୍କୁ ଭୁବନେଶ୍ୱରକୁ ଅଣିଛି ସିବିଆଇ । । ରୋଜଭ୍ୟାଲି ଚିଟଫଣ୍ଡରେ ୧୫ହଜାର ୪୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ଅଧିକ ସୁଧ ଲୋଭ ଦେଖାଇ ଏହି ସଂସ୍ଥା ଜମାକାରୀଙ୍କଠାରୁ ୧୫ହଜାର ୪୫୦ କୋଟିର ଠକେଇ କରିଛି । ସୂଚନାଥାଉକି, ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୌତମ କୁଣ୍ଡୁ ଗତ ୨୦୧୫ ମାର୍ଚ୍ଚରୁ ଗିରଫ ହୋଇ ଜେଲରେ ଅଛନ୍ତି।

Leave A Reply

Your email address will not be published.