You are currently viewing ଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ

ଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ

କଳାହାଣ୍ଡି(ଏଏନଏସ)୨୫/୧୦ : ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ସିଡିପିଓ ।  ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ସିଡିପିଓ ପୁଷ୍ପାଞ୍ଜଳି ରଥ । ସୂଚନା ଅନୁଯାୟୀ ଅଙ୍ଗନାବାଡ଼ି କର୍ମୀ ଚୟନ ପାଇଁ ବିର୍ସିଂ ମାଝିଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି । ଘଟଣାକୁ ନେଇ ଡିଏସପି ସୁଶାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ପୁଷ୍ପାଞ୍ଜଳିଙ୍କ ଭଡ଼ା ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଏହା ପରେ ମଧ୍ୟ ଭବାନୀପାଟଣା ବଡ଼ପଡ଼ା ସ୍ଥିତ ବାସଭବନରେ ଚଢାଉ କରିଛି ଭିଜିଲାନ୍ସର ଟିମ୍‌।

ଅନ୍ୟମାନଙ୍କୁ ଜଣାନ୍ତୁ।