ବଲାଙ୍ଗୀର(୧.୪.୨୩) : ନକଲି ସାର୍ଟିଫିକେଟ ମାମଲାରେ ତଦନ୍ତ କରିବା ପାଇଁ ବଲାଙ୍ଗୀର ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି ଡି.ବି. ଚକ୍ରଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ଆସି ମାମଲାର ତଦନ୍ତ କରିବ । ଟିମ୍ ବଲାଙ୍ଗୀର ପୋଲିସଠାରୁ କାଗଜପତ୍ର ନେବ । ତାପରେ ନକଲି ସାର୍ଟିଫିକେଟ ତିଆରି ଚାଲିଥିବା କୋଚିଂ ସେଂଟରକୁ ଯାଇ ତଦନ୍ତ କରିବ । ଏଥିସହ ରାଜ୍ୟ ବାହାରକୁ ଯାଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରାରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମନକୁ ଆସିବାରେ ଲାଗିଛି । ବଲାଙ୍ଗୀର, କେନ୍ଦ୍ରାପଡା, କନ୍ଧମାଳ, ଫୁଲବାଣୀ ପରେ ଗତକାଲି କୋରାପୁଟରୁ ନକଲି ସାର୍ଟିଫିକେଟ୍ ମାମଲା ସାମନାକୁ ଆସିଥିଲା । କୋରାପୁଟ ଡାକ ବିଭାଗ ଅଧିନରେ ଗ୍ରାମ ସେବକ ପଦବୀ ପାଇଁ, ଚୟନ ହୋଇଥିବା ମୋଟ ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଛି । ନକଲି ସାର୍ଟିଫିକେଟ ଚେର ଜିଲ୍ଳାକୁ ଜିଲ୍ଲା ଲମ୍ବିଥିବାବେଳେ, ର୍ୟାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର, ଓ ତାଙ୍କ ସହଯୋଗୀ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ଏସବୁ ଭିତରେ ମନୋଜଙ୍କ ସହ ରାଜନୈତିକ ଦଳର ନେତାଙ୍କ ଫଟୋକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ