ବଲାଙ୍ଗୀର (୧୩.୩.୨୩) : ସାମାନ୍ୟ ମୋବାଇଲ ପାଇଁ ସ୍ୱାମୀଙ୍କୁ ପନିକିରେ ଆକ୍ରମଣ କରିଛି ସ୍ତ୍ରୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା କେସେରକେଲା ଗାଁରେ । ଗତ ଛଅ ବର୍ଷ ତଳେ କେଷେରକେଲା ଗାଁର ଗଣେଶ୍ୱର ସୁନା ଛତିଶଗଡ ବିଳାସପୁରର ଈଶ୍ୱରୀ କୁମାରୀଙ୍କୁ ବିବାହ ହୋଇଥିଲା । ସେମାନଙ୍କର ଚାରି ବର୍ଷର ଝିଅ ରହିଛି । ଆହତ ଗଣେଶ୍ୱର ସୁନାଙ୍କ କହିବାନୁଯାୟୀ, ଗତକାଲି ତାଙ୍କୁ ମୋବାଇଲ ମାଗିଥିଲେ ସ୍ତ୍ରୀ ଈଶ୍ୱରୀ । କିନ୍ତୁ ଇଣ୍ଟରନେଟ ପ୍ୟାକ ଶେଷ ହୋଇଯିବ କହି ସ୍ତ୍ରୀକୁ ମୋବାଇଲ ଦେଇନଥିଲେ ଗଣେଶ୍ୱର । ଫଳରେ ବିଳମ୍ବିତ ରାତିରେ ସ୍ୱାମୀ ଶୋଇଥିବା ଅବସ୍ଥାରେ ହାଠାତ ଈଶ୍ୱରୀ ପନିକି ଆଣି ଗଣେଶ୍ୱରଙ୍କ ମୁଣ୍ଡରେ ଆକ୍ରମଣ କରିଥବା ଅଭିଯୋଗ ହୋଇଛି । ଗଣେଶ୍ୱର ପ୍ରତିରୋଧ କରିବାରୁ ତାଙ୍କ ହାତକୁ ମଧ୍ୟ ଆକ୍ରମଣ କରିଥିଲେ । ସ୍ୱାମୀଙ୍କୁ ଲହୁଲୁହାଣ କରି ଝିଅ ସହିତ ଫେରାର ମାରିଛି ସ୍ତ୍ରୀ । ସ୍ଥାନୀୟ ଲୋକେ ଗଣେଶ୍ୱରକୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ହସପିଟାଲରେ ଥିବାରୁ ଏନେଇ ପୁଇଁତଲା ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି ସ୍ୱାମୀ ଗଣେଶ୍ୱର ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ