You are currently viewing ନଭେମ୍ବର ୮ ପର୍ଯ୍ୟନ୍ତ ଘୁଞ୍ଚିଲା ବସ୍ ଧର୍ମଘଟ ନିଷ୍ପତ୍ତି

ନଭେମ୍ବର ୮ ପର୍ଯ୍ୟନ୍ତ ଘୁଞ୍ଚିଲା ବସ୍ ଧର୍ମଘଟ ନିଷ୍ପତ୍ତି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନ୍ଏସ): ଘରୋଇ ବସ ଧର୍ମଘଟ ଆସନ୍ତା ୮ ତାରିଖ ଯାଏ ଘୁଞ୍ଚିଛି। ସେହିଭଳି ଆଜିଠାରୁ ରାଜନୀତିକ ସଭା ପାଇଁ ବସ୍ ଦିଆଯିବ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ୮ ତାରିଖରେ ସଂଘର ଅଲ୍ ଓଡ଼ିଶା ବୈଠକ ଅନୁଷ୍ଠିତ ହେବ। ସେହିଦିନ ବସ୍ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ। ସରକାର ପଞ୍ଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ୍ ଚଲାନ୍ତୁ, କିନ୍ତୁ ବ୍ଳକରୁ ଜିଲ୍ଲାକୁ ନ ଚଲେଇବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ତେବେ ଆସନ୍ତା ୧ ତାରିଖ ଦିନ ଭବାନୀପାଟଣାରେ ଲକ୍ଷ୍ମୀ ଯୋଜନାରେ ବସ୍ ସେବା ଆରମ୍ଭ ହେବ। ଯଦି ସେଦିନ ବ୍ଲକରୁ ଜିଲ୍ଲାକୁ ବସ୍ ଚାଲିବ, କଳାହାଣ୍ଡି ଜିଲାରେ କୌଣସି ବସ୍ ୨୪ ଘଣ୍ଟା ଗଡିବନାହିଁ । କେବଳ କଳାହାଣ୍ଡି ନୁହେଁ, ପାଖଆଖ ୧୦ଟି ଜିଲା ଧର୍ମଘଟରେ ସାମିଲ ହେବ। ସରକାର ଯଦି ସଂଘର ଦାବି ମାନନିଅନ୍ତି, ତେବେ ଧର୍ମଘଟ ହେବନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।