You are currently viewing ରାଜ୍ୟରେ ପହିଲି ଶୀତର ସ୍ପର୍ଶ ଅନୁଭୂତ: ଆସନ୍ତା ୧ରୁ ହାଲୁକା ବର୍ଷା ସମ୍ଭାବନା

ରାଜ୍ୟରେ ପହିଲି ଶୀତର ସ୍ପର୍ଶ ଅନୁଭୂତ: ଆସନ୍ତା ୧ରୁ ହାଲୁକା ବର୍ଷା ସମ୍ଭାବନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ରାଜ୍ୟରେ ପହିଲି ଶୀତର ସ୍ପର୍ଶ ଅନୁଭୂତ ହେଉଛି । କେବଳ ଶୀତ ନୁହେଁ, ସକାଳୁ ଘନ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳୁଛି । ଫୁଲବାଣୀ, ଉଦୟଗିରି, କୋରାପୁଟ ଏବଂ ଦାରିଙ୍ଗିବାଡ଼ିର ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି। ଭୁବନେଶ୍ୱରର ତାପମାତ୍ରା ୨୦ ଡିଗ୍ରୀ ତଳେ ଥିବା ସୂଚନା ମିଳିଛି। ସେହିପରି କୋରାପୁଟରେ ତାପମାତ୍ରା ୧୩.୮ ଥିବାବେଳେ କଟକରେ ୨୦.୨ ଡିଗ୍ରୀ ରହିଛି ।

ଅନ୍ୟପକ୍ଷରେ ଆସନ୍ତା ୧ ତାରିଖରୁ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ବଙ୍ଗୋପସାଗରରୁ ଥଣ୍ଡା ପବନ ବୋହିବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ୩ ତାରିଖ ଯାଏ ପାଗ କୋହଲା ରହିବ ବୋଲି ଆକଳନ କରାଯାଇଛି।
ଅନ୍ୟମାନଙ୍କୁ ଜଣାନ୍ତୁ।