You are currently viewing ବାର ଆସୋସିଏସନର ପୂର୍ବତନ ସଭାପତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବାର ଆସୋସିଏସନର ପୂର୍ବତନ ସଭାପତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ରାଉଲକେଲା(୨୭.୯.୨୨) : ରାଉଲକେଲା ବାର ଆସୋସିଏସନ ପୂର୍ବତନ ସଭାପତି ରମେଶ ବଳଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଆଜି ସକାଳେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ରାଉଲକେଲା ଡେଲି ମାର୍କେଟସ୍ଥିତ ଶ୍ୱଶୁର ଘରୁ ରମେଶ ବଳଙ୍କ ମୃତଦେହ ଉଦ୍ଧାର ହୋଇଛି। ରମେଶ ବଳଙ୍କ ନିଜ ଘର ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ଥିବା ତିଲକାନଗରରେ। ମାତ୍ର ସେ ଦୀର୍ଘ ବର୍ଷ ହେବ ପତ୍ନୀ ଓ ୨ ପୁଅଙ୍କ ସହ ଡେଲି ମାର୍କେଟସ୍ଥିତ ଶ୍ୱଶୁର ଘରେ ରହୁଥିଲେ। ୨ ପୁଅ ବାହାରେ ଥିବା ବେଳେ ଘରେ ପତ୍ନୀ ଓ ଶାଶୁ ଥିଲେ। ଗତ ରାତିରେ ରାତ୍ର ଭୋଜନ କରି ସାରିବା ପରେ ରମେଶ ଘରେ ଶୋଇଥିଲେ । ହେଲେ ଭୋରରୁ ସେ ଶୋଇଥିବା ଘରେ ଲାଗିଥିବା ଫାନରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକେ ଏହା ଦେଖି ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରମେଶ ବଳ ରାଉରକେଲା ସହରରେ ଜଣେ ପରିଚିତ ବ୍ୟକ୍ତି । ସେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଥର ରାଉରକେଲା ବାର ଆସୋସିସନର ସଭାପତି ପଦ ସମ୍ଭାଳିଥିଲେ । କେବଳ ସେତିକି ନୁହେଁ ସେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ ଓ ଜଣେ ସାମାଜିକ କର୍ମୀ ଥିଲେ। ତେଣୁ ତାଙ୍କ ମୃତ୍ୟୁ ଖବର ପ୍ରଚାରତ ହେବା ପରେ ତାଙ୍କ ବାସଭବନ ସମ୍ମୁଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।