ଭୁବନେଶ୍ୱର, ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝାଙ୍କୁ ଦଳରୁ ବହିଷ୍କାର କରାଯାଇଥିବାର ଖବର ମିଳିଛି । କଳ୍ପତରୁ ଓଝାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସୁପ୍ରିମୋ ବହିଷ୍କାର କରିଛନ୍ତି । ଏନେଇ ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଛି । ଦଳର ନେତୃତ୍ୱ ଓ ଚୟନ ସଠିକ ଢଙ୍ଗରେ ହୋଇନଥିବା ସେ ଅଭିଯୋଗ ଆଣିଥିଲେ ।
