ରାଜଧାନୀରେ ମାତିଛନ୍ତି ଜମତରା ଶାଖା

ଭୁବନେଶ୍ୱର, କମିଶନରରେଟ ପୋଲିସର ସତର୍କ ସୂଚନା |ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ଯଦି ଫୋନ କଲ୍ ଆସୁଛି ତେବେ ସାବଧାନ ! କାରଣ ଏମାନ ହୁଏତ ନକଲି ହୋଇପାରନ୍ତି। ଏହି ନକଲି ବ୍ୟାଙ୍କ କର୍ମଚାରୀମାନେ ନୂଆ ଟେକ୍‌ନିକ୍‌ ଅପଣେଇ ଆପଣଙ୍କ ଆଙ୍କାଉଣ୍ଟରୁ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା !
ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ରହିଛି ଝାଡ଼ଖଣ୍ଡର ଜମତରା ଗ୍ୟାଙ୍ଗ । ଜମତରା ଶାଖା ରାଜଧାନୀରେ କାର୍ଯ୍ୟ କରୁଥିବା ନେଇ ଏକ ଭିଡିଓ ଜାରି କରି ସତର୍କ କରାଇ ଦେଇଛି କମିଶନରେଟ୍ ପୋଲିସ। ଏହି ଗ୍ୟାଙ୍ଗ ବେକାର ଇଞ୍ଜିନିଅରିଂ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେଉଛି । ଆଗକୁ ରାଜ୍ୟର ବିିଭିନ୍ନ ଅଞ୍ଚଳରେ ଜାଲ ବିଛାଇ ଲୁଟିବାକୁ ଯୋଜନା ରଖିଛନ୍ତି।
ଏହି ଗ୍ୟାଙ୍ଗଠୁ ସତର୍କ ରହିବାକୁ ନିବେଦନ କରିଛି ପୋଲିସ । ଏଭଳି ଢଙ୍ଗରେ ଆସୁଥିବା ଫୋନ୍ କଲଠାରୁ ଦୂରରେ ରହିବା ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରିଛି। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଠକ ନିଜକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ମଚାରୀ ବୋଲି ପରିଚୟ ଦେଇ ଜଣେ ଗ୍ରାହକଙ୍କ ନିକଟକୁ କଲ୍ କରୁଛନ୍ତି। ଫୋନ୍‌ରେ ସେ ଏଟିଏମ୍ କାର୍ଡରେ ଥିବା ୧୬ ଟିକିଆ ନମ୍ବର ମାଗୁଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଏଟିଏମ୍‌ରୀ ୧୬ ଟିକିଆ ନମ୍ବର ନଦେଲେ ଉଭୟ କାର୍ଡ ଓ ଆକାଉଣ୍ଟକୁ ବନ୍ଦ କରି ଦିଆଯିବ ବୋଲି ଧମକ ଦେଉଛି। ଏହି ୧୬ ଟିକିଆ ନମ୍ବରରେ କୌଣସି ପ୍ରାଇଭେଟ ସିକ୍ରେସି ଲିକ୍‌ ହେବ ନାହିଁ ବୋଲି କହି ନମ୍ବର ମାଗି ନେଉଛନ୍ତି। ଏହାପରେ ଟଙ୍କା ଲୁଟି ନେଉଛନ୍ତି।

Leave A Reply

Your email address will not be published.