ଖୋଲିବାକୁ ଯାଉଛି ମା’ ତାରାତାରିଣୀ ଏବଂ ଶ୍ରୀବଳଦେବଜିଉ ମନ୍ଦିର

ଭୁବନେଶ୍ୱର, ଆସନ୍ତା ୪ରୁ କୋଭିଡ ଗାଇଡଲାଇନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସବୁ ମନ୍ଦିର ସହ ମା’ ତାରାତାରିଣୀଙ୍କ ମନ୍ଦିର ମଧ୍ୟ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । କୋରୋନା କଟକଣା ମଧ୍ୟରେ ଭକ୍ତମାନେ ଦର୍ଶନ କରିବେ । ମନ୍ଦିର ଉପରକୁ ଯାନବାହାନ ନିଷେଧ, ମନ୍ଦିରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି।
ସେହିପରି ଜାନୁଆରୀ ୩ରେ ଖୋଲିବ କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଦେବତା ଶ୍ରୀବଳଦେବଜିଉ ମନ୍ଦିର । ଏକକାଳୀନ ୧୦୦ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଛି । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ । ସୂଚନାଥାଉକି, ମାର୍ଚ୍ଚ ୧୭ରୁ ବନ୍ଦ ଥିଲା ଶ୍ରୀବଳଦେବଜୀଉ ମନ୍ଦିର ।

Leave A Reply

Your email address will not be published.