cm

କମୁଛି ସମର୍ଥନ ହାର, ଚିନ୍ତାରେ ବିଜେଡି ଦଳ 

ଏଏନଏସ: ଆଗାମୀ ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଗୁଡିକ ସେହି ଅନୁସାରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଲାଗି ପଡିଛନ୍ତି | ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ଦିନ ରାତି ଏକ କରିଛନ୍ତି | ଏହି ଦୌଡରେ ସର୍ବାଗ୍ରେ ବିଜୁ ଜନତା ଦଳ ଥିବା ବେଳେ ତା ପଛକୁ ୨ଟି ଯାକ ଜାତୀୟ ଦଳ ବିଜେପି ଓ କଂଗ୍ରେସ ରହିଛନ୍ତି | ନବୀନ ଓଡିଶା ନାମରେ ବିଜେଡି ତାର ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବେଳେ ବିଜେପିର ରାମ ମନ୍ଦିର ଓ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ’ ଯାତ୍ରାକୁ ନେଇ ବିଜେପି ଓ କଂଗ୍ରେସ ତାଙ୍କର ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି | ମିଳିଥିବା ସୂଚନା ମୁତାବକ ପ୍ରଶାସନିକ ସେବାରୁ ରାଜନେତା ହୋଇଥିବା ପାଣ୍ଡିଆନଙ୍କ ଯାଦୁ ଜନସାଧାରଣଙ୍କୁ ଆକୃଷ୍ଟ କରିପାରୁନଥିବା ଜଣାପଡିଛି | ସୂଚନା ଅନୁଯାୟୀ ଧୀରେ ଧୀରେ ରାଜ୍ୟ ଜନସାଧାରଙ୍କ ବିଜେଡି ପ୍ରତି ଥିବା ମୋହ କମିବାରେ ଲାଗିଛି, ଯାହାର ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ ପଡିପାରେ ବୋଲି ବିଜେଡିର ଶୀର୍ଷ ନେତୃତ୍ୱ ଚିନ୍ତା କରୁଛନ୍ତି | ସୂଚନାଯୋଗ୍ୟ ଗତ 2019 ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ଜିତିବାର ବ୍ୟବଧାନ ହାର କମ ଥିବାରୁ ଜନସାଧାରଣଙ୍କ ମନୋଭାବରେ ପରିବର୍ତ୍ତନ ହୁଏ ତେବେ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଘାତକ ସଦୃଶ୍ୟ ହେବ ବୋଲି ଦଳ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି | ତେବେ ଆଗାମୀ ଦିନରେ ଏହାର ଫଳାଫଳ କଣ ହେବ ତାହା ଭୋଟ ପରେ ଜଣାପଡିବ |   

 

ଅନ୍ୟମାନଙ୍କୁ ଜଣାନ୍ତୁ।