You are currently viewing ଏଣିକି ରବିବାର ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ଏଣିକି ରବିବାର ଦିନ ବନ୍ଦ ରହିବ ଶ୍ରୀମନ୍ଦିର

  • Post category:ଓଡିଶା
  • Reading time:1 mins read

ପୁରୀ: ଦୀର୍ଘ ୯ମାସ ପରେ ଡିସେମ୍ବର ୨୩ତାରିଖରେ ଶ୍ରୀମନ୍ଦିର ଖୋଲିଲା |୯ମାସର ଅପେକ୍ଷା ପରେ ଭକ୍ତ କଲା ତା କାଳିଆର ଦର୍ଶନ |କିନ୍ତୁ ଭକ୍ତ ତା ଭଗବାନଙ୍କୁ ଦେଖିବା ପାଇଁ ଲାଗିଲା କେତେ କଟକଣା |ମନ୍ଦିର ପାଖକୁ ଯାଇ ଫେରି ଆସିଲେ କେତେ ଭକ୍ତ |କରୋନା ବ୍ୟାପିବା ଭୟରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ କୋଭିଡ ଗାଇଡ଼ ଲାଇନ ଜାରି ହେଲା |କିନ୍ତୁ ବହୁ ଦିନର ଅପେକ୍ଷା ପରେ କୋଭିଡ ନେଗେଟିଭ ରିପୋର୍ଟ ନଥିଲେ ବି ମନ୍ଦିର ଭିତରକୁ ଯିବାକୁ ଅନୁମତି ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | ଜାନୁଆରୀ ୨୧ ତାରିଖ ଠାରୁ ମନ୍ଦିର ଭିତରକୁ ସମସ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଲା କିନ୍ତୁ ପ୍ରତେକ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ |ସୂଚନା ଅନୁସାରେ ଆଜି SOPକୁ ନେଇ ସମୀକ୍ଷା ବୈଠକ ବସିଥିଲା | ସମୀକ୍ଷା ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା | କରୋନା ବ୍ୟାପିବା ରୋକିବା ପାଇଁ ଏଣିକି ରବିବାର ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ରବିବାର ଦିନ ବନ୍ଦ ରହି ଶ୍ରୀମନ୍ଦିର ସାନିଟାଇଜ୍‌ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।