ଗଜପତି, ଓଡିଶାର ପ୍ରସିଦ୍ଧ ପର୍ବମାନଙ୍କ ମଧ୍ୟରୁ ମକରସଂକ୍ରାନ୍ତି ପର୍ବ ହେଉଛି ଅନ୍ୟତମ । ରାଜ୍ୟର ବିଭିନ୍ନ ସ୍ଥାନରେ ମକରସଂକ୍ରାନ୍ତି ପର୍ବକୁ ଖୁବ ଧୁମଧାମର ସହ ପାଳନ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଫିକାପଡିବ ମକରସଂକ୍ରାନ୍ତି ପର୍ବ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ନିକଟରେ ଥିବା ଶୀତପଥର ପାହାଡ ଉପରେ ପ୍ରତି ବର୍ଷ ପାଳିତ ହେଊଥିବା ପ୍ରସିଦ୍ଧ ମକର ସଂକ୍ରାନ୍ତିକୁ ଚଳିତ ବର୍ଷ ବନ୍ଦ କରି ଦିଆଯାଇଛି । ଏନେଇ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସୂଚନା ଅନୁସାରେ ଶୀତ ପାହାଡ ପଥର ଉପରେ ପ୍ରତିବର୍ଷ ବହୁତ ଧୁମଧାମରେ ମକର ଯାତ୍ରା ଅନୁଷ୍ଠିତ ହୋଇଥାଏ । ବହୁ ଶ୍ରଦ୍ଧାଳୁ ପାହାଡ ଚଢ଼ି ଏହି ଯାତ୍ରାରେ ସାମିଲ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନର କରୋନା ପରିସ୍ଥିତିକୁ ଲକ୍ଷ୍ୟ କରି ଚଳିତ ବର୍ଷ ଜିଲ୍ଳା ପ୍ରଶାସନ ଏହି ଯାତ୍ରା ବନ୍ଦ କରିଛି।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ