You are currently viewing କୋହଳ ହୋଇପାରେ ଶ୍ରୀମନ୍ଦିର କୋଭିଡ କଟକଣା

କୋହଳ ହୋଇପାରେ ଶ୍ରୀମନ୍ଦିର କୋଭିଡ କଟକଣା

  • Post category:ଓଡିଶା
  • Reading time:1 mins read

ପୁରୀ, ଭକ୍ତଙ୍କ ଅସନ୍ତୋଷକୁ ଲକ୍ଷ୍ୟ କରି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କୋହଳ ହୋଇପାରେ କୋଭିଡ କଟକଣା । ଏନେଇ ଏକ ଗୁରୁତ୍ୱପୂଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ମଧ୍ୟ ଉପସ୍ଥିତ ରହିଛନ୍ତି । କିଭଳି ଦର୍ଶନ ବ୍ୟବସ୍ଥାରେ କୋହଳ ହେବ ଏବଂ ଯେଉଁ ଲୋକମାନେ କୋଭିଡ ନେଗେଟିଭ ରିପୋର୍ଟ ପାଇଁ ଅର୍ଥ ଯୋଗାଡ କରିପାରୁ ନାହାନ୍ତି ସେ ନେଇ ସବିଶେଷ ବୈଠକରେ ଆଲୋଚନା କରାଯାଉଛି । ଶ୍ରୀମନ୍ଦିରରେ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା । ଏହି କାରଣରୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ନେଗେଟିଭ ରିପୋର୍ଟ ଦେଖେଇନପାରି ଦର୍ଶନରୁ ବଞ୍ଚିତ ହେଉଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।