You are currently viewing କାର୍ତ୍ତିକ ବ୍ରତର ଆଜି ତୃତୀୟ ଦିନ : ମହାପ୍ରଭୁଙ୍କ ରାଧା ଦାମୋଦର ବେଶ 

କାର୍ତ୍ତିକ ବ୍ରତର ଆଜି ତୃତୀୟ ଦିନ : ମହାପ୍ରଭୁଙ୍କ ରାଧା ଦାମୋଦର ବେଶ 

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନ୍ଏସ): ଆଜି କାର୍ତ୍ତିକ ବ୍ରତର ତୃତୀୟ ଦିନ । ବ୍ରତଧାରୀ ମାନେ ବଢି ଭୋରରୁ ଉଠି ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରିଛନ୍ତି । ଗୁଆ, ନଡ଼ିଆ ଟେକି ମା ବୃନ୍ଦାବତୀଙ୍କ ନିକଟରେ ବ୍ରାହ୍ମଣଙ୍କ ଦ୍ୱାରା ସଂକଳ୍ପ କରି ପୂଜା ଆରମ୍ଭ କରିଛନ୍ତି । ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷ୍ୟାଳି ।

ବ୍ରତାଧରି ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି । ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ୩ହଜାରରୁ ଅଧିକ ହବିଷ୍ୟାଳି ମାନେ ୫ ଟି ଜାଗାରେ ରହି ଏକମାସ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ପ୍ରଶାସନ ଦ୍ୱାରା ସେମାନଙ୍କ ପାଇଁ ସକାଳ ଚା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସହ ସଂଧ୍ୟାବେଳେ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ଏହା ସହ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ ସହ ଭଜନ କୀର୍ତ୍ତନ ପରିବେଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।