You are currently viewing ହେଲମେଟ୍‌ ନେଇ ଟ୍ରାଫିକ ପୋଲିସର ସତର୍କତା ଘଣ୍ଟି

ହେଲମେଟ୍‌ ନେଇ ଟ୍ରାଫିକ ପୋଲିସର ସତର୍କତା ଘଣ୍ଟି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଜାନୁଆରୀ ପହିଲାରୁ ରାଜ୍ୟରେ ଗାଡ଼ି ଚଳାଚଳ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ସମସ୍ତେ ହେଲମେଟ୍‌ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା, ତାସହିତ ପଛ ସିଟ୍‌ରେ ବସିବା ଯାତ୍ରୀଙ୍କ ପାଇଁ ମଧ୍ୟ ହେଲମେଟ୍‌ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଲକ୍ଷ୍ୟ କରିଥିବେ, ଅନେକ ବ୍ୟକ୍ତି ଟ୍ରାଫିକ ପୋଲିସ ଠାରୁ ବଞ୍ଚିବା ପାଇଁ ମୁଣ୍ଡରେ ଯେକୌଣସି ବି ହେଲମେଟ୍‌ ପିନ୍ଧି ଦେଉଛନ୍ତି । ଏମିତିବି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଘର କାମ କିମ୍ବା କୌଣସି କାରଖାନାରେ କାମ କରିବା ସମୟରେ ବ୍ୟବହୃତ ହେଉଥିବା ହେଲମେଟ୍‌କୁ ପିନ୍ଧି ଯାଉଛନ୍ତି ।

ହେଲମେଟ୍‌କୁ ଶୋଭାବର୍ଦ୍ଧନ ନିମନ୍ତେ କିମ୍ବା ଟ୍ରାଫିକ ପୋଲିସ ଡରରେ ପିନ୍ଧା ଯାଇନଥାଏ । ଏହାକୁ ନିଜର ସୁରକ୍ଷା ପାଇଁ ପିନ୍ଧା ଯାଇଥାଏ । ତେଣୁ ଏ ସମ୍ପର୍କରେ ଟ୍ୱିଟ କରି ମତ ରଖିଛନ୍ତି ଭୁବନେଶ୍ୱର ଟ୍ରାଫିକ ଡିସିପି । ଟ୍ୱିଟରେ ପ୍ରକାଶ କରାଯାଇଛି ଯେ, ହେଲମେଟ୍‌ ଆମ ମସ୍ତକର ସୁରକ୍ଷା ପାଇଁ ଉଦ୍ଦିଷ୍ଟ, ଶୋଭା ବର୍ଦ୍ଧନ ପାଇଁ ନୁହେଁ । ତେଣୁ ସର୍ବଦା ଆଇଏସଆଇ ଚିହ୍ନ ଥିବା ହେଲମେଟ୍‌ ପରିଧାନ କରନ୍ତୁ ଓ ସୁରକ୍ଷିତ ଯାତ୍ରା କରନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।