You are currently viewing ଫେସବୁକ ଲାଇଭ କରି ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଫେସବୁକ ଲାଇଭ କରି ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ମୃତ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ | ଫେସବୁକ ଲାଇଭରେ ଆତ୍ମହତ୍ୟା ଉଦ୍ୟମ କଲେ ,ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା କଲେ ଅଭିଯୋଗ | ୩୦ଟି ନିଦ ବଟିକା ଖାଇ କରିଛନ୍ତି ଆତ୍ମହତ୍ୟାର ଉଦ୍ୟମ ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବର୍ତମାନ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି |ଫେସବୁକ ଲାଇଭ କରି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲାବେଳେ ସେ ଏକ ଡ଼ାଇରୀ ମଧ୍ୟ ଦେଖାଇ ସେ କହିଛନ୍ତି ସେ ସେହି ଡାଇରୀରେ ସବୁକିଛି ଲେଖିଛନ୍ତି |ସେ ଆହୁରି ମଧ୍ୟ କହିଛନ୍ତି ମୋ ସ୍ୱାମୀ ମଲା ପରେ ମୋତେ ସମସ୍ତେ ଦାୟୀ କରୁଛନ୍ତି ସେମିତି ମୁଁ ଯଦି ମରିଯାଏ ମୋ ପରିବାର ଲୋକଙ୍କୁ ଦାୟୀ ନକରନ୍ତୁ ସେଥିପାଇଁ ଏ ଭିଡିଓ କରୁଛି ଓ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ କିନ୍ତୁ ତାଙ୍କ ମୃତ୍ୟୁ ପାଇଁ କିଛି ନିର୍ଦ୍ଧିଷ୍ଟ ଲୋକ ଦାୟୀ ହେବେ ବୋଲି ସେ କହିଛନ୍ତି |ତେବେ ସମାଜ ସେବି ଆଦିତ୍ୟ ଦାସଙ୍କ ମୃତ୍ୟୁ ପରେ ସମସ୍ତେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିଲେ |

ଅନ୍ୟମାନଙ୍କୁ ଜଣାନ୍ତୁ।