You are currently viewing ଗେମ ଚେଞ୍ଜର ହେବେ କି ରଘୁବର?

ଗେମ ଚେଞ୍ଜର ହେବେ କି ରଘୁବର?

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଓଡ଼ିଶାର ରାଜ୍ୟପାଳ ଥିବା ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଇତି ମଧ୍ୟରେ ଶେଷ ହୋଇଛି। ବର୍ତ୍ତମାନ ଓଡିଶାରୁ ପ୍ରଫେସର ବିଦାୟ ନେଇସାରିଛନ୍ତି। ଏନେଇ ନୂତନ ରାଜ୍ୟପାଳ ଭାବେ ମହାମହିମ ରାଷ୍ଟ୍ରପତି ଶ୍ରମତୀ ଦ୍ରୌପଦୀ ମୁର୍ମ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ରଘୁବରଙ୍କ ନିଯୁକ୍ତି ପରେ ଏବେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। କେହି କେହି ରାଜନୈତିକ ସମୀକକ୍ଷ ରଘୁବର ବିଜେପି ଦଳ ପାଇଁ ଗେମ ଚେଞ୍ଜର ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ ଦିଲ୍ଲୀ ଓ ଅନ୍ୟ କେତୋଟି ରାଜ୍ୟର ରାଜନୈତିକ ଘଟଣାବଳୀକୁ ଲକ୍ଷ୍ୟ କଲେ ଏଭଳି ଆଲୋଚନା ହେବା ସ୍ୱାଭାବିକ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଓ ଲେଫ୍ଟଲାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ଚାଲିଥିବା ଫାଇଲ ଯୁଦ୍ଧ ଶେଷରେ ଉଚ୍ଚତ୍ତମ ନ୍ୟାୟାଳୟରେ ପହଞ୍ଚିଥିଲା।

ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ଥିବା ବେଳେ ବିଜେଡି ସରକାର ର ସମସ୍ତ ନିଷ୍ପତ୍ତିକୁ ନିରବ ସମର୍ଥନ କରୁଥିଲେ, ଯାହାକି ରଘୁବରଙ୍କ ସମୟରେ ନହୋଇପାରେ ବୋଲି ଆଲୋଚନା ହେଉଛି। ଯଦିଓ ସମ୍ବିଧାନ ଅନୁସାରେ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକୁ ମାନିବା ପାଇଁ ରାଜ୍ୟପାଳ ବାଧ୍ୟ ଅଟନ୍ତି। ତେବେ ଆସନ୍ତାକାଲି (୩୧.୧୦.୨୦୨୩) ରଘୁବର ଦାସ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।