You are currently viewing ଭିଜିଲାନ୍ସ ଜାଲରେ ଧରାପଡିଲେ ଆରଆଇ

ଭିଜିଲାନ୍ସ ଜାଲରେ ଧରାପଡିଲେ ଆରଆଇ

ଜଗତସିଂହପୁର(ଏଏନଏସ) ୨୮.୧୨.୨୦୨୧, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜଗତସିଂହପୁର ଜିଲ୍ଲା ଏରସମା ତହସିଲ କାର୍ଯ୍ୟାଳୟ ଆରଆଇ ସମୀର ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ସୂଚନା ଅନୁସାରେ, କୌଣସି ବ୍ୟକ୍ତିଙ୍କ ଜମି ପଟ୍ଟା କରାଇଦେବା ପାଇଁ କହି ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆରଆଇ ସମୀର ମଲ୍ଲିକ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେବାବେଲେ ଭିଜିଲାନ୍ସ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।