You are currently viewing ଭିଜିଲାନ୍ସ ଜାଲରେ ଏଏସଆଇ,ଏକକାଳୀନ ୬ଟି ସ୍ଥାନରେ ରେଡ

ଭିଜିଲାନ୍ସ ଜାଲରେ ଏଏସଆଇ,ଏକକାଳୀନ ୬ଟି ସ୍ଥାନରେ ରେଡ

କଟକ(ଏଏନଏସ)୨୫/୦୨, ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଓଡିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସଆଇ ହରେକୃଷ୍ଣ ନାୟକଙ୍କ ବାସ ଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । କଟକ , ଝାରସୁଗୁଡ଼ା, ପୁରୀ, ଗଞ୍ଜାମ ଆଦି ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଏହି ଚଢ଼ାଉ କରିଛି । ଏହି ରେଡରେ ୩ ଜଣ ଡିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ ଜଣେ ଅଫିସର ସାମିଲ ହୋଇଛନ୍ତି । ତେବେ ଏହି ଚଢାଉ ବେଳେ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।