temperature

ଓଡ଼ିଶାରେ ଉପରମୁହାଁ ପାରଦ, ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା 

  • Post category:ଓଡିଶା
  • Reading time:1 mins read

ଏଏନଏସ: ଓଡ଼ିଶାରେ ଏବେ ଉପରମୁହାଁ ହୋଇଛି ପାରଦ। ଉପକୂଳ ଅଞ୍ଚଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢିଚାଲିଛି। ଆଜି ଠାରୁ ରାଜ୍ୟର ବିଭିନ୍ନ ସହରରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହ ପାରଦ ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ବିଶେଷ କରି ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ପଶ୍ଚିମ ଓଡ଼ିଶାରେ ତାତି ୪୦ ଡିଗ୍ରୀ କିମ୍ବା ଅଧିକ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ପୂର୍ବାନୁମାନ କରାଯାଇଛି। ବିଶେଷ କରି ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ଗଜପତି, ମାଲକାନଗିରି ଜିଲ୍ଲା ସମେତ ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ବରରେ ଅତ୍ୟଧିକ ଗରମ ହେବାର ସମ୍ଭାବନା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।