You are currently viewing ଆସନ୍ତୁ ଜାଣିବା, ରକ୍ତଚାପ ହଠାତ୍ ବଢ଼ିଗଲେ କ’ଣ କରିବା ?

ଆସନ୍ତୁ ଜାଣିବା, ରକ୍ତଚାପ ହଠାତ୍ ବଢ଼ିଗଲେ କ’ଣ କରିବା ?

  • Post category:ଓଡିଶା
  • Reading time:1 mins read

ଆଜିକାଲି ଖରାପ ଜୀବନଶୈଳୀ ଓ ଅବସାଦ ଯୋଗୁଁ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପରେ ପୀଡ଼ିତ। କିଛି ଲୋକଙ୍କଠାରେ ଏହାର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳିଥାଏ, ଯାହାକୁ ନିୟନ୍ତ୍ରଣ କରିବା ସହଜ ହୁଏ। ତେବେ ଉଚ୍ଚ ରକ୍ତଚାପ ବଢ଼ିଲେ ହଠାତ୍ କ’ଣ କରିବେ, ସେକଥା ଅନେକେ ଜାଣନ୍ତି ନାହିଁ । ଉଚ୍ଚ ରକ୍ତଚାପ ବଢ଼ିବାର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ। ମୁଣ୍ଡବିନ୍ଧା, ଥକ୍କା ଲାଗିବା, ଶ୍ଵାସକ୍ରିୟାରେ ସମସ୍ୟା, ଦୁର୍ବଳ ଲାଗିବା, ଝାପ୍ସା ଦିଶିବା, ମୁହଁ ନାଲି ଦିଶିବା, ପରିସ୍ରାରେ ରକ୍ତ ପଡ଼ିବା, ନାକରୁ ରକ୍ତ ପଡ଼ିବା, ହୃଦ୍ ସ୍ପନ୍ଦନ ଅଧିକ ହେବା ଆଦି ଲକ୍ଷଣମାନ ଉଚ୍ଚ ରକ୍ତଚାପ ରୋଗୀଙ୍କଠାରେ ଦେଖିବାକୁ ମିଳିଥାଏ। ରକ୍ତରାପ ୧୪୦ ଉପରେ ହୋଇଗଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରି।

ତେବେ ଆସନ୍ତୁ ଜାଣିବା ରକ୍ତଚାପ ହଠାତ୍ ବଢ଼ିଲେ କଣ କରିବା

• ରକ୍ତଚାପ ଅଚାନକ ବଢ଼ିଲେ ତୁରନ୍ତ ଲେମ୍ବୁ ପାଣି କରି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ଵାରା ଆରାମ ଅନୁଭବ ହୁଏ।

• ପଇଡ଼ ପାଣିରେ ପଟାସିୟମ ମାତ୍ରା ଅଧିକ ଥିବାରୁ ଏହାକୁ ପିଇବା ମଧ୍ୟ ଲାଭଦାୟକ ହୋଇଥାଏ।

• ପିଆଜ ଖାଇବା ଦ୍ଵାରା ରକ୍ତଚାପ ହ୍ରାସ ପାଏ। ପାଚିଲା କଦଳୀ ମଧ୍ୟ ଖାଇପାରିବେ । ସେହିପରି କଦଳୀ ମିଲ୍କ ସେକ୍ ପିଇପାରିବେ ।

• ନିତିଦିନ ଟମାଟୋ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର। ଟମାଟୋ ଜୁସ୍ ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

ଅନ୍ୟମାନଙ୍କୁ ଜଣାନ୍ତୁ।