ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣ ନେଇ ଆଜି ଦିନ ୧୨ ଟାରେ ରାଜ୍ୟବାସୀଙ୍କୁ ସମ୍ବୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ କରୋନା ମୁକ୍ତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ଏନେଇ ସତର୍କ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ସତର୍କ ରହିଲେ ଲକଡାଉନର ସ୍ଥିତି ଆସିବ ନାହିଁ । କରୋନାରେ ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ । ରାଜ୍ୟବାସୀଙ୍କ ତ୍ୟାଗ ଓ ସହଯୋଗରୁ କରୋନା ସ୍ୱାଭାବିକ ହୋଇପାରିଛି । ବର୍ତ୍ତମାନ ଦୈନିକ ସଂକ୍ରମଣ ଶହେ ତଳେ ରହୁଛି ।’
ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାରେ ଓଡିଶାର ପଦକ୍ଷେପକୁ ପ୍ରଶଂସା କରିଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ପାଇଁ ସାମାଜିକ ଜୀବନ,ଅର୍ଥନୀତି ଓ ପିଲାଙ୍କ ପାଠପଢ଼ା ବେଶ ମାତ୍ରାରେ ପ୍ରଭାବିତ ହୋଇଛି । ବିପଦ ଏବେ ମଧ୍ୟ ଟଳି ନାହିଁ ତେଣୁ ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି କରନ୍ତୁ ନାହିଁ । ରାଜ୍ୟରେ କରୋନା ଟିକାକରଣ ସଫଳ ଭାବେ ଚାଲିଛି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST