You are currently viewing ଇଡି ରେ ହାଜର ହେବେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଇଡି ରେ ହାଜର ହେବେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ନୁଆ ଦିଲ୍ଲୀ ୦୯/୦୩,ତେଲେଙ୍ଗାନା ଯାଏଁ ଲମ୍ବିଛି ଦିଲ୍ଲୀ ଏକ୍ସସାଇଜ ପଲିସି ସ୍କାମ । ଏହି ମାମଲାରେ ପୁଣି ଥରେ ଜେରା ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା । ଆସନ୍ତା ୧୧ ତାରିଖରେ ସେ ଇଡିରେ ହଜାର ହେବେ ବୋଲି କେ କବିତା ଟୁଇଟ କରି ସୂଚନା ଦେଇଛନ୍ତି । ମାର୍ଚ୍ଚ ୯ ତାରିଖରେ ହାଜର ହେବାକୁ ଇଡି ସମନ ପଠାଇଥିଲା । ହେଲେ ସେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ମନିଲଣ୍ଡ୍ରିଂ ଦିଗରେ ଯାଞ୍ଚ କରୁଛି ।

ଭାରତର ଏମିତି ଏକ ରାଜ୍ୟ : ଯେଉଁଠି ରହିଛି ମାତ୍ର ଗୋଟିଏ ରେଳ ଷ୍ଟେସନ୍Mar 9, 2023

ଏହି ମାମଲାରେ ହାଇଦ୍ରାବାଦ ବ୍ୟବସାୟୀ ଅରୁପ ରାମଚନ୍ଦ୍ର ପିଲାଇଙ୍କୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଯାଇଛିି । ଅରୁଣ ଓ କବିତାଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି । ଜେରା ସମୟରେ ଅରୁଣ କବିତାଙ୍କ ନାଁ ପ୍ରକାଶ କରିଥିଲେ । ଅଭିଯୋଗ ରହିଛି ମଦ ନୀତି ବଦଳାଇବା ପାଇଁ ଆମ ଆଦମୀ ପାର୍ଟିକୁ ଅରୁପ ପିଲାଇ ୧୦୦କୋଟି ଟଙ୍କା ଲାଞ୍ଚ ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।