ଝାରସୁଗୁଡା ୨୮/୦୨, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକୁ ଏହା ମଧ୍ୟରେ ମାସେ ପୁରିଛି । ଏଥି ନିମନ୍ତେ ଝାରସୁଗୁଡାରେ ହେବ ଉପନିର୍ବାଚନ । ଆସନ୍ତା ୨ରୁ୩ ଦିନ ମଧ୍ୟରେ ଉପ ନିର୍ବାଚନ ନିମନ୍ତେ ପ୍ରକାଶ ପାଇପାରେ ବିଜ୍ଞପ୍ତି । ଝାରସୁଗୁଡ଼ା ଉପନିର୍ବାଚନରେ ଦେଖିବାକୁ ମିଳିପାରେ ଦୁଇ ନବାଗତଙ୍କ ମଧ୍ୟରେ ଲଢ଼େଇ । ନବ ଦାସଙ୍କ ଝିଅ ଦୀପାଳିଙ୍କୁ ବିଜେଡିରୁ ମିଳିପାରେ ଟିକଟ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଝାରସୁଗୁଡ଼ାରେ ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଝିଅ ଦୀପାଳି ଦାସ । ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ପାଇଁ ପ୍ରଚାର କରିଥିଲେ ଦୀପାଳି । ନବ ଦାସଙ୍କ ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏବେ ଲୋକଙ୍କ ସହ ଅଧିକରୁ ଅଧିକ ଯୋଡ଼ି ହେଉଛନ୍ତି ଦୀପାଳି ଦାସ । ସେହିପରି ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ବିଜେପିରୁ ଠିଆ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଟଙ୍କଧର ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଅଛନ୍ତି । ଝାରସୁଗୁଡ଼ାର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି । ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ଟଙ୍କଧର । ସେପଟେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତା ଉପରେ ନଜର ରହିଛି । ଏପ୍ରିଲରେ ହୋଇପାରେ ଉପନିର୍ବାଚନ । ନିର୍ବାଚନ ପ୍ରକ୍ରିୟା ଦୁଇ ମାସ ଲାଗିବ । ପଦ୍ମପୁର ଉପନିର୍ବାଚନକୁ ଦେଖିଲେ ଏମିତି ଅନୁମାନ ଲଗାଯାଉଛି । ବିଜୟ ରଞ୍ଜନ ସିଂ ବରିହାଙ୍କର ଗତବର୍ଷ ଅକ୍ଟୋବର ୩ ତାରିଖରେ ଦେହାନ୍ତ ହୋଇଥିଲା । ଏହାପରେ ଖାଲି ପଡ଼ିଥିବା ପଦ୍ମପୁର ଆସନ । ମୃତ୍ୟୁ ଦୁଇ ଦିନ ପରେ ଏନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲା । ଏହାପରେ ନଭେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ବାହାରିଥିଲା ବିଧିବଦ୍ଧ ବିଜ୍ଞପ୍ତି । ଅର୍ଥାତ ବିଜୟ ବରିହାଙ୍କ ମୃତ୍ୟୁର ମାସେ ପରେ ନୋଟିଫିକେସନ୍ ବାହାରିଥିଲା । ଏହାପରେ ଡିସେମ୍ବର ୩ ତାରିଖରେ ପଡ଼ିଥିଲା ଭୋଟ୍ । ୮ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । ପଦ୍ମପୁର ଉପନିର୍ବାଚନ ପ୍ରକ୍ରିୟାକୁ ଦେଖିଲେ ଝାରସୁଗୁଡ଼ାରେ ଏପ୍ରିଲରେ ଭୋଟ୍ ପଡ଼ିପାରେ ।
ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭକ୍ୟାମେରା ଲେନସରେ କଏଦ ହେଲା ବାଘ