You are currently viewing ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ରେବନ୍ତ ରେଡ୍ଡୀ

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ: ଆଜି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ । ଅପରାହ୍ଣ ୧.୦୪ ମିନିଟ୍‌ରେ ‘ଏଲ୍‌. ବି. ଷ୍ଟାଡିୟମ୍‌ରେ ଆୟୋଜନ ହେବାକୁ ଥିବା ସମାରୋହରେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅନୁମୁଲା ରେବନ୍ତ ରେଡ୍ଡୀ ଆଜି ଶପଥ ଗ୍ରହଣ କରିବେ। ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ସାଂସଦ ରାହୁଲ୍‌ ଗାନ୍ଧୀ ଯୋଗ ଦେବା ନେଇ ବିଶେଷସୂତ୍ରରୁ ଜଣାପଡ଼ିଛି।

ତେବେ ସୂଚନା ଥାଉ କି, ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରିବା ପରେ ଦଳର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ‌ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଥିଲେ ଯେ, ରେବନ୍ତ ରେଡ୍ଡୀ କଂଗ୍ରେସ ବିଧାୟକ ଦଳର ନୂଆ ନେ‌ତା ହେବେ। ଏବଂ ଏନେଇ ଗତକାଲି ରେବନ୍ତ ରେଡ୍ଡୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଦିଲ୍ଲୀରେ ଭେଟିଥିଲେ। ତା’ପରେ ସେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ସାଂସଦ ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

 

ଅନ୍ୟମାନଙ୍କୁ ଜଣାନ୍ତୁ।