ଚଳିତ ବର୍ଷ ୨୩ ଅକ୍ଟୋବରରେ ଧନତେରସ ପାଳନ କରାଯିବ। ଏହା ଧନ ତ୍ରୟୋଦଶୀ ବା ଧନୱନନ୍ତରୀ ଜୟନ୍ତୀ ଭାବରେ ମଧ୍ୟ ଜଣାଶୁଣା। ପୌରାଣିକ ବିଶ୍ଵାସ ଅନୁଯାୟୀ, ଏହି ଦିନ ଭଗବାନ ସମୁଦ୍ର ମନ୍ଥନରୁ ପ୍ରଭୁ ଧନୱନନ୍ତରୀ ଅମୃତ କଳସ ସହିତ ଆବିର୍ଭାବ ହୋଇଥିଲେ। ସେଥିପାଇଁ ଧନତେରସ ଦିନ ଦେବୀ ଲକ୍ଷ୍ମୀ, କୋଷାଧ୍ୟକ୍ଷ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଧନତେରସ ଦିନ ଏମାନଙ୍କୁ ପୂଜା କରିବା ଦ୍ୱାରା ଘରେ କେବେ ମଧ୍ୟ ଧନର ଅଭାବ ରୁହେନି। କେବଳ ଧନିଆ ନୁହେଁ କୌଣସି ଜିନିଷର ଅଭାବ ରହେନି ଘରେ। ଧନତେରସ ଦିନ ନୂଆ ଜିନିଷ କିଣିବାର ଏକ ପରମ୍ପରା ମଧ୍ୟ ଅଛି। କୁହାଯାଏ ଯେ ଧନତେରସରେ ସୁନା, ରୂପା, ପୋଷାକ, ଯାନ, ବାସନ ଇତ୍ୟାଦି ନୂଆ ଜିନିଷ କିଣିବା ଅତ୍ୟନ୍ତ ଶୁଭ ଦାୟକ। ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ଜିନିଷ କିଣିବା ଅଧିକ ଶୁଭ। ଦୀପାବଳିରେ ଧାତୁ କିଣିବା ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ସୁନା ଓ ରୂପା ଅଳଙ୍କାର କିଣାଯାଏ। ଇସ୍ପାତ, ତମ୍ବା ଏବଂ ପିତ୍ତଳ ବାସନ କିଣିଯାଇ ତାହାକୁ ପୂଜା କରାଯାଏ।

କୁହାଯାଏ ଯେ ଏହି ଦିନ ଧାତୁକୁ ପୂଜା କରିବା ଦ୍ୱାରା ଘରେ ଧନ ଆସିଥାଏ। କୌଣସି ଅଭାବ ଦେଖାଯାଏ ନାହିଁ । ଯାନବାହାନ କିମ୍ବା ଜମି ସମ୍ପତ୍ତି ଯଦି ଆପଣ ଧନତେରସ ଦିନରେ କିଣନ୍ତି, ତେବେ ଆପଣ ବର୍ଷସାରା ଶୁଭ ଫଳାଫଳ ପାଇବେ। ତେଣୁ ଏହି ଦିନ ନୂଆ ଜିନିଷ କିଣିବାରେ ଅନେକ ବିଶେଷ ମହତ୍ତ୍ୱ ରହିଛି । ହିଁନ୍ଦୁ ଧର୍ମରେ ଦୀପାବଳୀ ଏବଂ ଧନତେରସ ଦିନ ଦ୍ଵୀପ ପ୍ରଜ୍ୱଳିତ କରିବା ଉଚିତ୍। ଏପରି କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଧନତେରସ ଦିନ ଦୀପ କିଣିବାର ବିଶେଷ ମହତ୍ତ୍ଵ ରହିଛି। ବିଶ୍ୱାସ କରାଯାଏ ଯେ ଆଲୋକ ଏବଂ ସକାରାତ୍ମକତାର ପ୍ରତୀକ ହେଉଛି ଦ୍ଵୀପ। ତେବେ ଏହି ଦିନ ଦ୍ଵୀପ କିଣିଲେ ଜୀବନରେ ସୁଖ ଆସେ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ। ଘର ସଫା କରିଥିବା ଝାଡୁ ମା’ ଲକ୍ଷ୍ମୀଙ୍କ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ। ଏଭଳି ପରିସ୍ଥିତିରେ, ଧନତେରସ ଦିନ ଗୋଟିଏ ଝାଡୁ କିଣିବା ଶୁଭ ବୋଲି କୁହାଯାଇଥାଏ।