You are currently viewing ଜାଣନ୍ତୁ, କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣ? 

ଜାଣନ୍ତୁ, କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣ? 

ମହାଭାରତ କଥା ଯଦି କହିବା ତେବେ ଶ୍ରୀକୃଷ୍ଣ, ପାଣ୍ଡଵ, କୌରବଙ୍କ ପରେ ମହାବଳୀ କର୍ଣ୍ଣଙ୍କ କଥା ହିଁ ଆସିବl କର୍ଣ୍ଣ ଯେତିକି ବଳଶାଳୀ ଥିଲେ ସେତିକି ବଡ଼ ଦାନବୀର ମଧ୍ୟ ଥିଲେ l ସେଥିପାଇଁ ତାଙ୍କୁ ଦାନବୀର କର୍ଣ୍ଣ ତଥା ଦାନୀକର୍ଣ୍ଣ ବୋଲି କୁହାଯାଉଥିଲା l ତେବେ କୁନ୍ତୀଙ୍କ ପୁତ୍ର କର୍ଣ୍ଣ ଅଟନ୍ତି, ସୂର୍ଯ୍ୟଦେବ ମନ୍ତ୍ରରେ କୁନ୍ତୀ କର୍ଣ୍ଣଙ୍କୁ ପୁତ୍ର ଭାବରେ ଲାଭ କରିଥିଲେl କିନ୍ତୁ ଅବିବାହିତା ଥିବା କାରଣରୁ ସେ କର୍ଣ୍ଣଙ୍କୁ ସନ୍ତାନ ଭାବରେ ଗ୍ରହଣ କରିନପାରି ତ୍ୟାଗ କରିଦେଇଥିଲେl

ପରେ କର୍ଣ୍ଣଙ୍କୁ ଗୋଟିଏ ରଥ ଚାଳକ ପାଇ ଲାଳନ ପାଳନ କରିଥିଲେl ସେଥିପାଇଁ କର୍ଣ୍ଣଙ୍କୁ ସୂତପୁତ୍ର ମଧ୍ୟ କୁହାଯାଏl ଏହି ସୁତପୁତ୍ର କାରଣରୁ କର୍ଣ୍ଣଙ୍କୁ ସମାଜରେ ଖୁବ ଲଜ୍ଜିତ ହେବାକୁ ପଡିଥିଲାl ସେ ଦ୍ରୌପଦୀଙ୍କ ସ୍ୱୟଂମ୍ବରକୁ ଯାଇ ଅପମାନିତ ହୋଇ ଫେରିଥିଲେl ଏହି କାରଣରୁ କର୍ଣ୍ଣ ପାଣ୍ଡଵ ମାନଙ୍କୁ ଘୃଣା କରୁଥିଲେ ଓ କୌରବଙ୍କ ନିକଟତର ହୋଇଥିଲେl ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ପାଣ୍ଡଵ ମାନଙ୍କ ପକ୍ଷରୁ ଯୁଦ୍ଧ କରିଥିଲେ ଓ କର୍ଣ୍ଣ କୌରବ ମାନଙ୍କ ପକ୍ଷରୁl ତଥାପି ଶ୍ରୀକୃଷ୍ଣ କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କାହିଁକି କରିଥିଲେ ?

karna krushna


କର୍ଣ୍ଣଙ୍କୁ ଦାନବୀର କୁହାଯାଉଥିଲାl ଏବଂ ଭଗବାନ ଶ୍ରୀକୃଷ୍ଣ ଅନ୍ତିମ ସମୟରେ ତାଙ୍କର ପରୀକ୍ଷା ନେଇଥିଲେl ଇନ୍ଦ୍ର କପଟ କରି କାନର କୁଣ୍ଡଳ ଓ ବାହୁବନ୍ଧ ଦେବା ପରେ ଶ୍ରୀକୃଷ୍ଣ କର୍ଣ୍ଣଙ୍କୁ କିଛି ଭିକ୍ଷା ମାଗିଥିଲେl ଯାହାର ପ୍ରତିବଦଳରେ କର୍ଣ୍ଣ ନିଜ ସୁନା ଦାନ୍ତ ଶ୍ରୀକୃଷ୍ଣଙ୍କୁ ଭାଙ୍ଗି ଅର୍ପଣ କରିଥିଲେl ଏହି ଦାନରେ ପ୍ରସନ୍ନ ହୋଇ ଭଗବାନ କୃଷ୍ଣ କର୍ଣ୍ଣଙ୍କୁ ୩ ଟି ବରଦାନ ମାଗିବାକୁ କହିଥିଲେl

ପ୍ରଥମ ବରଦାନରେ କର୍ଣ୍ଣ ଶ୍ରୀକୃଷ୍ଣଙ୍କୁ ତାଙ୍କ ବର୍ଗର ଲୋକ ମାନଙ୍କର କଲ୍ୟାଣ କରିବାକୁ କହିଥିଲେl ଦ୍ଵିତୀୟ ବରରେ ସେ କୃଷ୍ଣଙ୍କୁ ପରବର୍ତୀ ଜନ୍ମ କୃଷ୍ଣଙ୍କ ରାଜ୍ୟରେ ନେବାକୁ କହିଥିଲେ l ସେହିପରି ତୃତୀୟ ବରରେ କର୍ଣ୍ଣ ଇଚ୍ଛା କରିଥିଲେ ଏଭଳି ଗୋଟିଏ ବ୍ୟକ୍ତି ତାଙ୍କର ଅନ୍ତିମ ସଂସ୍କାର କରୁ ଯିଏ କି ପାପ ମୁକ୍ତ ହୋଇଥିବl ଭଗବାନ କୃଷ୍ଣ ସମସ୍ତ ବରଦାନ କର୍ଣ୍ଣଙ୍କର ଗ୍ରହଣ କରିଥିଲେ, କିନ୍ତୁ ତୃତୀୟ ବରଦାନ ବିଷୟରେ ଭାବିଥିଲେ ଯେ ଏଭଳି କେଉଁ ବ୍ୟକ୍ତି ଅଛି ଯିଏ କି ପାପ ମୁକ୍ତl ଏହାକୁ ଚିନ୍ତା କରି ଭଗବାନ ବଚନବଧ ହେତୁ କର୍ଣ୍ଣଙ୍କର ଅନ୍ତିମ ସଂସ୍କାର କରିଥିଲେ ଓ ପାପ ମୁକ୍ତ କରାଇ ବୈକୁଣ୍ଠ ପୁରୀକୁ ପଠାଇ ଥିଲେ l

 

ଅନ୍ୟମାନଙ୍କୁ ଜଣାନ୍ତୁ।