banki bihari

ବିଶ୍ୱ ପ୍ରସିଦ୍ଧ ବାଙ୍କି ବିହାରୀ ମନ୍ଦିର, ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ?

ଆମ ଦେଶରେ ଅନେକ ମନ୍ଦିର ରହିଛି। ଆଉ ଏହିସବୁ ମନ୍ଦିର ପଛରେ କିଛି ନା କିଛି ରହସ୍ୟ ଲୁଚି ରହିଛି। ସେହିଭଳି ଉତ୍ତରପ୍ରଦେଶରେ ଅନେକ  ମନ୍ଦିର ରହିଛି, ଯାହାକୁ ନେଇ ଭକ୍ତମାନଙ୍କର ଗଭୀର ବିଶ୍ୱାସ ରହିଛି।ଉତ୍ତରପ୍ରଦେଶରେ ଅବସ୍ଥିତ ବାଙ୍କି ବିହାରୀ ମନ୍ଦିର ବିଶ୍ୱ ପ୍ରସିଦ୍ଧ। ଭକ୍ତମାନେ ବିଶ୍ୱାସ  କରନ୍ତି ଯେ, ଯିଏ ଏଠାରେ ବାଙ୍କି ବିହାରୀଙ୍କୁ ଦର୍ଶନ କରି ପୂଜା କରିଥାଏ ତାଙ୍କ ଜୀବନରେ  ସଫଳତା ଲାଭ ହୋଇଥାଏ। ବିଶ୍ୱାସ କରାଯାଏ,ଏଠାରେ ଥିବା ମନ୍ଦିରଗୁଡ଼ିକ ମଧ୍ୟରେ ବାଙ୍କ ବିହାରୀ ମନ୍ଦିର ସବୁଠାରୁ ଲୋକପ୍ରିୟ ମନ୍ଦିର। ତେବେ ଆସନ୍ତୁ ଜାଣିବା କଣ ରହିଛି ବାଙ୍କି ବିହାରୀ ମନ୍ଦିରର ମହତ୍ତ୍ୱ ଏବଂ ମନ୍ଦିରର ନାମକରଣ ଏପରି ହେଲା କାହିଁକି?

କିପରି ନାମକରଣ ହେଲା ବାଙ୍କି ବିହାରୀ? 

ବାଙ୍କର ଅର୍ଥ ହେଉଛି ତିନି କୋଣରେ ବଙ୍କା, ଯାହା ପ୍ରକୃତରେ ଭଗବାନ କୃଷ୍ଣଙ୍କର ବଂଶୀ ବଜାଇବାର ଭଙ୍ଗୀକୁ ଦର୍ଶାଇଥାଏ। ବଂଶୀ ବଜାଇବାବେଳେ ଭଗବାନ କୃଷ୍ଣଙ୍କ ଡାହାଣ ଆଣ୍ଠୁ ତାଙ୍କ ବାମ ଆଣ୍ଠୁ ନିକଟରେ ବଙ୍କା ହୋଇ ରହିଥିବାବେଳେ ବଂଶୀକୁ ଧରି ରଖିବା ପାଇଁ ତାଙ୍କ ସିଧା ହାତ ବଙ୍କା ହୋଇ ରହିଥିଲା। ସେହିଭଳି, ଏହି ସମୟ ମଧ୍ୟରେ ତାଙ୍କ ମୁଣ୍ଡ ମଧ୍ୟ ଗୋଟିଏ ପାର୍ଶ୍ୱକୁ ସାମାନ୍ୟ ଢଳି ହୋଇ ରହିଥିଲାଭଗବାନ ଶ୍ରୀକୃଷ୍ଣଙ୍କର ଏହି ଭଙ୍ଗୀକୁ ଲକ୍ଷ୍ୟ କରି ଏପରି ନାମକରଣ କରାଯାଇଛି।

1860 ମସିହାରେ ନିର୍ମିତ ଏହି ମନ୍ଦିର ରାଜସ୍ଥାନ ସ୍ଥାପତ୍ୟର ଏକ ଉଦାହରଣ।ଏହି ମନ୍ଦିରରେ ଅବସ୍ଥିତ ସ୍ତମ୍ଭଗୁଡ଼ିକ ଏହି ତିନି ମହଲା କୋଠାକୁ ଏକ ନିଆରା ଆକୃତି ଦେଇଥାଏ।ଉଲ୍ଲେଖଯୋଗ୍ୟ ବାଙ୍କ ବିହାରୀଙ୍କ ଏହି ପ୍ରତିଛବି ନିମି ୱାନରେ ସ୍ୱାମୀ ହରିଦାସ ଜୀଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା।ସ୍ୱାମୀ  ହରିଦାସ ଜୀ ଭଗବାନ କୃଷ୍ଣଙ୍କର ଜଣେ ଭକ୍ତ ଥିଲେ। ଏହି ମନ୍ଦିର 1921 ମସିହାରେ ସ୍ୱାମୀ ହରିଦାସ ଜୀଙ୍କ ଅନୁଗାମୀମାନଙ୍କ ଦ୍ୱାରା ପୁନଃ ନିର୍ମାଣ କରାଯାଇଥିଲା।

ଏହି ଦିନ ହୋଇଥାଏ ବାଙ୍କି ବିହାରୀଙ୍କ ପାଦ ଦର୍ଶନ 

ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କର ଏକ କଳା ରଙ୍ଗର ପ୍ରତିମା ଅବସ୍ଥିତ| ଏହି ପ୍ରତିମୂର୍ତ୍ତିରେ ଶ୍ରୀକୃଷ୍ଣ ଏବଂ ରାଧା ଉପସ୍ଥିତ ବୋଲି ବିଶ୍ୱାସ କରାଯାଏ। ଅର୍ଥାତ ଭଗବାନଙ୍କର ଏହି ପ୍ରତିମାକୁ ଦର୍ଶନ କରିବା ଦ୍ୱାରା ରାଧା କୃଷ୍ଣଙ୍କୁ ଦେଖିବାର ସୌଭାଗ୍ୟ ମିଳିଥାଏ। ଏହି ମନ୍ଦିରରେ ବର୍ଷକୁ ଥରେ ଅର୍ଥାତ ବୈଶାଖ ମାସର ଅକ୍ଷୟ ତୃତୀୟା ଦିନ ବାଙ୍କି ବିହାରୀଙ୍କ ଚରଣ ଦର୍ଶନ ହୋଇଥାଏ।

କିପରି ପ୍ରକଟ ହେଲେ ବାଙ୍କି ବିହାରୀ

ଶ୍ରୀକୃଷ୍ଣଙ୍କ ଭକ୍ତ ସ୍ୱାମୀ  ହରିଦାସ ଜୀ ବୃନ୍ଦାବନରେ ଅବସ୍ଥିତ ଶ୍ରୀକୃଷ୍ଣଙ୍କ ରାସ ସ୍ଥଳୀ ନିଧିବନରେ ବସି ନିଜ ସଙ୍ଗୀତରେ ପ୍ରଭୁଙ୍କୁ ପ୍ରସନ୍ନ କରୁଥିଲେ। ଏହି ଭକ୍ତି ସଂଗୀତରେ ପ୍ରସନ୍ନ ହୋଇ ମହାପ୍ରଭୁ ସାମ୍ନାରେ ଉପସ୍ଥିତ ହୋଇଥିଲେ। ଦିନେ ତାଙ୍କର ଜଣେ ଶିଷ୍ୟ ଭଗବାନ କୃଷ୍ଣଙ୍କୁ ଦର୍ଶନ କରାଇବାକୁ କହିଥିଲେ। ଏହା ପରେ ହରିଦାସ ଜୀ, ଶ୍ରୀକୃଷ୍ଣଙ୍କ ଭକ୍ତିରେ ବୁଡି ଭଜନ ଗାଇବା ଆରମ୍ଭ କରିଥିଲେ। ଯାହା ଫଳରେ ଶ୍ରୀରାଧା କୃଷ୍ଣ ପ୍ରସନ୍ନ ହୋଇ ସମ୍ମୁଖରେ ଦେଖା ଦେଇଥିଲେ। ଏହାପରେ  ଶ୍ରୀକୃଷ୍ଣ ଏବଂ ରାଧା ହରିଦାସଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ହରିଦାସ ଜୀ ଶ୍ରୀକୃଷ୍ଣଙ୍କୁ କହିଥିଲେ, ପ୍ରଭୁ ମୁଁ ଜଣେ ସାଧୁ। ମୁଁ ଆପଣଙ୍କୁ ସିନା ପୋଷାକ ପରିଧାନ କରାଇ ରଖିପାରିବି କିନ୍ତୁ ମା’ଙ୍କ ପାଇଁ ଦୈନିକ ଅଳଙ୍କାର କେଉଁଠୁ ଆଣିବି? ସନ୍ଥ ହରିଦାସ ଙ୍କ ଏହି କଥା ଶୁଣିବା ପରେ ରାଧା କୃଷ୍ଣଙ୍କ ଏକତ୍ରିତ ହୋଇ ଏକ ପ୍ରତିମୂର୍ତ୍ତି ଆକାରରେ ପ୍ରକଟ ହୋଇଥିଲେ। ଏହାପରେ  ହରିଦାସ ଜୀ ଏହି ପ୍ରତିମାକୁ ବାଙ୍କି ବିହାରୀ ନାମରେ ନାମିତ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।