ravan

ରାକ୍ଷସ କୂଳରେ ଜନ୍ମ ନେଇଥିଲା ରାବଣ: ଜାଣନ୍ତୁ କାହିଁକି ?

ବାଲ୍ମିକୀଙ୍କ ଲିଖିତ ରାମାୟଣ ଅନୁସାରେ ରାବଣ ରାକ୍ଷସ କୂଳରେ ଜନ୍ମ ନେଇଥିଲା ଏବଂ ସେ ଲଙ୍କାପତି ରାବଣ ଭାବରେ ମଧ୍ୟ ପ୍ରସିଦ୍ଧ ହୋଇଥିଲା l ନିଜର ଜ୍ଞାନ ଓ  ବଳର ଅହଂକାର କାରଣରୁ ସେ ସବୁକିଛି ଭୁଲି ଯାଉଥିଲା ରାବଣ l ତେବେ ରାବଣ ପୂର୍ବ ଜନ୍ମରେ ରାକ୍ଷସ ନ ଥିଲା ଏବଂ ସେ ଅଭିଶପ୍ତ ହୋଇ ରାକ୍ଷସ କୂଳରେ ଜନ୍ମ ହୋଇଥିଲା ବୋଲି ଉଲେଖ୍ୟ ଅଛି l 

ravan and kumbhakarna

ଧର୍ମ ଶାସ୍ତ୍ର ଅନୁସାରେ ରାବଣ ଓ କୁମ୍ଭକର୍ଣ୍ଣ ପୂର୍ବ ଜନ୍ମରେ ବୈକୁଣ୍ଠ ପୁରରେ ଦ୍ୱାରପାଳ ଥିଲେl ବିକୁଣ୍ଠ ପୁରରେ ଏହି ଦୁହିଁଙ୍କ ନାମ ଜୟ ଓ ବିଜୟ ଥିଲା l ଦିନେ ସେଠାରେ ସନକ, ସାନନ୍ଦନ ଓ ସନତ କୁମାର ନାମକ ମୁନି ଯାଇଥିଲେ ଶ୍ରୀହରୀ ବିଷ୍ଣୁଙ୍କ ସେବା କରିବା ପାଇଁ l କିନ୍ତୁ ବୈକୁଣ୍ଠର ଦ୍ୱାରପାଳ ଜୟ ଓ ବିଜୟ ସେମାନଙ୍କୁ ବୈକୁଣ୍ଠ ପୁରରେ ପ୍ରବେଶ କରାଇ ଦେଇ ନଥିଲେ ଏବଂ କହିଥିଲେ ଯେ ବର୍ତମାନ ଶ୍ରୀହରୀଙ୍କ ବିଶ୍ରମର ସମୟ ଅଟେ l ଏହାପରେ ମୁନୀଗଣ କ୍ରୋଧିତ ହୋଇ ଜୟ ବିଜୟଙ୍କୁ ଅଭିଶାପ ଦେଇ କହିଥିଲେ ଯେ ତମମାନଙ୍କର କର୍ମ ରାକ୍ଷସ ଭଳି ତେଣୁ ତମେମାନେ ରାକ୍ଷସ କୂଳରେ ଜନ୍ମ ନେବl ଜୟ ବିଜୟ ଏପରି ଅଭିଶାପ ଶୁଣି କ୍ଷମା ପ୍ରାର୍ଥନା କରିଥିଲେl କିନ୍ତୁ ମୁନି ଗଣ କହିଥିଲେ ଯେ ଅଭିଶାପ ଆଉ ଫେରାଇ ନେଇହେବ ନାହିଁ, ତେଣୁ ତମେ ଦୁହେଁ ତିନିଜନ୍ମ ପର୍ଯ୍ୟନ୍ତ ରାକ୍ଷସ କୂଳରେ ରେ ହିଁ ରହିବ ଏବଂ ଏହାପରେ ସ୍ୱୟଂ ବିଷ୍ଣୁ ହିଁ ତମକୁ ଏହି ଅଭିଶାପରୁ ମୁକ୍ତି ଦେବେ l

ତେବେ ମୁନି ଗଣଙ୍କ ଅଭିଶାପ କାରଣରୁ ଜୟ, ବିଜୟ ତ୍ରେତୟା ଯୁଗରେ ରାବଣ ଓ କୁମ୍ଭକର୍ଣ୍ଣ ହୋଇ ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିଲେl ଏବଂ ପ୍ରଭୁ ବିଷ୍ଣୁ ଶ୍ରୀରାମଙ୍କ ରୂପରେ ଧରାପୃଷ୍ଠରେ ଅଯୋଧ୍ୟାର ରାଜା ଦଶରଥଙ୍କ ଘରେ ଜନ୍ମ ନେଇଥିଲେl ସମୟକ୍ରମେ ମାତା ଜାନକୀଙ୍କର ହରଣ କରିଥିଲେ  ଲଙ୍କାପତି ରାବଣ l ଏବଂ ମା ଜାନକୀଙ୍କୁ ରାବଣ ନିକଟରୁ ଉଦ୍ଧାର କରିବା ପାଇଁ ପ୍ରଭୁ ଶ୍ରୀରାମ ରାବଣ ଓ ବିଭୀଷଣଙ୍କୁ ମୃତ୍ୟୁ ଦେଇ ଅଭିଶାପରୁ ମୁକ୍ତି କରିଥିଲେl ଏହାପରେ ଜୟ ବିଜୟ ପୁନର୍ବାର ବୈକୁଣ୍ଠ ପୁରରେ ଜୟ ବିଜୟ ଭାବରେ ଦ୍ୱାରପାଳ ହୋଇଥିଲେl ତେବେ ନିଜ ଭକ୍ତଙ୍କୁ ଅଭିଶାପରୁ ମୁକ୍ତି ଦେବା ପାଇଁ ସ୍ୱୟଂ ଭଗବାନ ବିଷ୍ଣୁ ଧରାପୃଷ୍ଠ ଅଵତାରଣ କରିଥିଲ l

ଅନ୍ୟମାନଙ୍କୁ ଜଣାନ୍ତୁ।