You are currently viewing ଜାଣନ୍ତୁ, ଦୀପାବଳି ପାଳନ କରିବା ପଛରେ କ’ଣ ରହିଛି ପୌରାଣିକ ମହତ୍ୱ ? 

ଜାଣନ୍ତୁ, ଦୀପାବଳି ପାଳନ କରିବା ପଛରେ କ’ଣ ରହିଛି ପୌରାଣିକ ମହତ୍ୱ ? 

ଦୀପାବଳି ଦେଶର ସବୁଠାରୁ ବଡ ପର୍ବ ବୋଲି ବିବେଚନା କରାଯାଏ l ଏହି ପର୍ବର ହିନ୍ଦୁ ଧର୍ମରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଦିନ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କୁ ଘରେ ଦୀପ ଜାଳି ପୂଜା କଲେ ଘରେ ସୁଖ ସମୃଦ୍ଧି ଆଗମନ ହେବାର ବିଶ୍ୱାସ ରହିଛି। ପଞ୍ଚାଙ୍ଗ ଅନୁଯାୟୀ, କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପ୍ରତିବର୍ଷ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ଆଲୋକର ଉତ୍ସବ ପାଳନ କରିବା ପଛରେ କ’ଣ ରହିଛି ବିଶେଷ କାରଣ? 

୧୪ ବର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ଆଗମନ

ରାମାୟଣର ରଚନା ଅନୁସାରେ ଯେଉଁଦିନ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣକୁ ବଧ କରି ମା ସୀତାଙ୍କ ସହ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ ସେହିଦିନ କାର୍ତିକ ଅମାବାସ୍ୟା ଥିଲା ଏବଂ ଶ୍ରୀରାମଙ୍କ ଆଗମନ ଖୁସିରେ ସମ୍ପୂର୍ଣ୍ଣ ଅଯୋଧ୍ୟା ନଗରୀକୁ ଦୀପ ଆଲୋକରେ ସୁସଜ୍ଜିତ କରାଯାଇ ଥିଲାl ସେହିଦିନ ଠାରୁ ଅନ୍ଧକାର ଉପରେ ଆଲୋକର ଉତ୍ସବ ଦୀପାବଳୀ ପାଳିତ ହୋଇ ଆସୁଛି l

ଶ୍ରୀକୃଷ୍ଣଙ୍କ ହାତରେ ନରକାଶୁରର ବଧ

ସେହିପରି ଅନ୍ୟ ଏକ ପୌରାଣିକ ତଥ୍ୟ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ନିଜ ପତ୍ନୀ ସତ୍ୟଭାମାଙ୍କ ସାହାଯ୍ୟ ରେ ଅସୁର ରାଜ ନରକାଶୁରକୁ ବଧ କରିଥିଲେ l ନରକାସୁରକୁ ନାରୀ ହାତରେ ବଧ ହେବାର ଅଭିଶାପ ମିଳିଥିଲା l ସେହିଦିନ କାର୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥି ଥିଲାl ଏବଂ ନରକାସୁରର ଆତଙ୍କରୁ ମୁକ୍ତି ପାଇ ଲୋକେ ଖୁସିରେ ଦୀପ ଦାନ ଉତ୍ସବ ପାଳନ କରିଥିଲେ ସେଥିପାଇଁ ଏହି ଦିନ ଦୀପାବଳି ପାଳନ କରାଯାଇଥାଏ l

 ପାଣ୍ଡଵଙ୍କର ହସ୍ତିନାପୁର ପ୍ରତ୍ୟାବର୍ତ୍ତନ

ମହାଭାରତ କଥା ଅନୁସାରେ କାର୍ତିକ ଅମାବାସ୍ୟା ଦିନ ପାଣ୍ଡଵମାନେ ହସ୍ତିନାପୁରକୁ ପ୍ରତ୍ୟାବର୍ତନ କରିଥିଲେl ଏହି ଖୁସିରେ ଦୀପ ଆଲୋକରେ ସୁସଜିତ କରାଯାଇ ଥିଲାl ସେହିଦିନ ଠାରୁ କାର୍ତିକ ଅମାବାସ୍ୟା ଦିନକୁ ଦୀପ ଆଲୋକରେ ସୁସଜିତ କରାଯାଇ ଦୀପାବଳି ପାଳନ କରାଯାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ ବିଶ୍ଵାସ ରହିଛିl

 ମା ଲକ୍ଷ୍ମୀଙ୍କ ଅବତାର

ଦୀପାବଳୀ ସମ୍ବନ୍ଧୀତ କଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ମା’ଲକ୍ଷ୍ମୀ ପୃଥିବୀରେ ଅବତାର ନେଇଥିଲେl ମା’ଲକ୍ଷ୍ମୀ ହେଉଛନ୍ତି ଧନ ସମୃଦ୍ଧିର ଦେବୀ l ତେଣୁ ଏହିଦିନ ମାଲକ୍ଷ୍ମୀଙ୍କ ଆଗମନରେ ଦୀପ ଦାନ କରାଯାଇଥାଏ l

ମା’ କାଳୀଙ୍କ ଉଗ୍ର ରୂପ

ମାତା ପାର୍ବତୀ ରାକ୍ଷସଙ୍କ ବଧ କରିବା ପାଇଁ ମା’କାଳୀଙ୍କ ରୂପ ଧାରଣ କରିଥିଲେ l ଏବଂ ମା’କାଳୀଙ୍କୁ ଶାନ୍ତ କରିବା ପାଇଁ ଭଗବାନ ଶିବ ତାଙ୍କ ଚରଣରେ ଶୋଇ ପଡିଥିଲେ l ଭଗବାନ ଶିବଙ୍କ ସ୍ପର୍ଶ ରେ ତାଙ୍କ କ୍ରୋଧ ଶାନ୍ତ ହୋଇଥିଲା l ସେଥିପାଇଁ ମା କାଳୀଙ୍କୁ ଶାନ୍ତ କରିବାକୁ ଏହିଦିନ କାଳୀ ପୂଜା କରାଯାଇଥାଏ l

ଅନ୍ୟମାନଙ୍କୁ ଜଣାନ୍ତୁ।