You are currently viewing ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦, ଜିତିଲା ଭାରତ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦, ଜିତିଲା ଭାରତ

  • Post category:କ୍ରୀଡା
  • Reading time:1 mins read

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ୱାନ ଡେ ସିରିଜରେ ଭାରତ ପରାସ୍ତ ହେବା ପରେ ଟି ଟ୍ୱେଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚ ଜିତି ମନୋବଳ ବଢ଼ାଇଛି ଟିମ ଇଣ୍ଡିଆ । ସବଷ୍ଟିଚ୍ୟୁଟ୍ ଭାବେ ଅନାଚକ ଗ୍ରାଉଣ୍ଡକୁ ଏଣ୍ଟ୍ରୀ କରିଥିବା ୟୁଜବେନ୍ଦ୍ର ଚହଲ ଓ ଡେବ୍ୟୁଟାଣ୍ଟ ନଟରାଜନଙ୍କ ଦମଦାର ବୋଲିଂ ବଳରେ ଭାରତ ଅଷ୍ଟ୍ରେଲିଆକୁ ହରାଇବାରେ ସକ୍ଷମ ହୋଇଛି । ଭାରତୀୟ ଦଳ ୨୦ ସଭରରେ ୧୬୧ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ୨୦ଓଭରରେ କେବଳ ୧୫୦ ରନ କରିପାରିଥିଲା । ଯାହା ଫଳରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ରହିଛି । ୧୧ ରନ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବାରୁ ଚହଲ (୪-୦-୨୫-୩)ଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ପରେ ଡିସେମ୍ବର ୬ ତାରିଖରେ ସିଡିନୀରେ ୨ୟ ଟି-୨୦ ଓ ଡିସେମ୍ବର ୮ ତାରିଖରେ ୩ୟ ଟି-୨୦ ମ୍ୟାଚ ଖେଳାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।