You are currently viewing ଭାରତକୁ ବଡ ଝଟକା: ବିଶ୍ୱକପରୁ ବାଦ ପଡିଲେ ହାର୍ଦ୍ଦିକ

ଭାରତକୁ ବଡ ଝଟକା: ବିଶ୍ୱକପରୁ ବାଦ ପଡିଲେ ହାର୍ଦ୍ଦିକ

  • Post category:କ୍ରୀଡା
  • Reading time:1 mins read

ମୁମ୍ବାଇ: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ଇଣ୍ଡିଆ ଟିମକୁ ବଡ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱକପରୁ ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ ଫାଷ୍ଟ ବୋଲର ପ୍ରଦିଶ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ବିଶ୍ୱକପରୁ ହାର୍ଦ୍ଦିକଙ୍କ ବହିଷ୍କାରକୁ ଆଇସିସି ନିଶ୍ଚିତ କରିଛି।

 ସୂଚନା ଥାଉ କି ବାଂଲାଦେଶ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଆହତ ହୋଇଥିଲେ। ଏପରିକି ସେହି ମ୍ୟାଚରେ ସେ ମାତ୍ର ୩ଟି ବଲ ବୋଲିଂ କରିପାରିଥିଲେ। ଏହା ପରେ ଟିମ ଇଣ୍ଡିଆ ଗତ ତିନୋଟି ମ୍ୟାଚ ହାର୍ଦ୍ଦିକଙ୍କ ବିନା ଖେଳିଥିଲା। ହାର୍ଦ୍ଦିକଙ୍କ ଗୋଡରେ ଆଘାତ ଲାଗିଥିଲା ଏବଂ ଚିକିତ୍ସା ପାଇଁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀରେ ଥିଲେ। ତେବେ ସେ ଚଳିତ ବିଶ୍ୱକପରେ ଆଉ ଖେଳିପାରିବେ କି ନାହିଁ ନେଇ ଅନେକ ମଧ୍ୟ ଚର୍ଚ୍ଚା ଲାଗିରହିଥିଲା। ଅନ୍ୟପଟେ ହାର୍ଦ୍ଦିକ ଧୀରେଧୀରେ ସୁସ୍ଥ ହେବାର ମଧ୍ୟ ସୂଚନା ମିଳିଥିଲା । କିନ୍ତୁ ଶେଷରେ ଚଳିତ ବିଶ୍ୱକପରୁ ବାଦ ପଡିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏନେଇ ତାଙ୍କ ବହିଷ୍କାରକୁ ନିଶ୍ଚିତ କରିଛି ଆଇସିସି। 

ଅନ୍ୟମାନଙ୍କୁ ଜଣାନ୍ତୁ।