You are currently viewing ଏସିଆ କପ୍ ୨୦୨୩: ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା

ଏସିଆ କପ୍ ୨୦୨୩: ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା

ଏଏନ୍ଏସ୍: ଚଳିତ ଏସିଆ କପ୍‌ର ଫାଇନାଲ୍‌ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ରବିବାର ଅପରାହ୍ନ ୩ଟାରେ କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ଏହି ଫାଇନାଲ୍‌ ମ୍ୟାଚ୍‌। ଗୁରୁବାର ବିଳମ୍ବିତ ରାତିରେ ଶେଷ ହୋଇଥିବା ସୁପର-୪ ମ୍ୟାଚ୍‌ରେ ଶ୍ରୀଲଙ୍କା ୨ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୨ ଓଭରରେ ୭ ୱିକେଟ ହରାଇ ୨୫୨ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ୮ ୱିକେଟ ହରାଇ ୨୫୩ ରନ୍‌ କରି ଏହି ସୁପର୍-୪ ମ୍ୟାଚ୍‌କୁ ୨ ୱିକେଟ୍‌ରେ ଜିତି ନେଇଥିଲା।

ସେପଟେ ଆଜି ଭାରତ-ବାଂଲାଦେଶ ମଧ୍ୟରେ ହେବ ମୁକାବିଲା। ବ୍ୟାଟର ଶ୍ରେୟସ ଆୟର ଅଭ୍ୟାସ ଶିବିରକୁ ଫେରିଛନ୍ତି। ତେଣୁ ଆଜିର ମ୍ୟାଚ ଖେଳିପାରନ୍ତି ଶ୍ରେୟସ। ସୁପର୍-୪ରେ ଦୁଇଟି ଯାକ ମ୍ୟାଚ ଜିତି ପ୍ରଥମେ ଫାଇନାଲରେ ସ୍ଥାନ ପକ୍କା କରିସାରିଛି ଭାରତ । ତେଣୁ କିଛି ପ୍ରମୁଖ ଖେଳାଳିଙ୍କୁ ଫାଇନାଲ ପର୍ଯ୍ୟନ୍ତ ଫିଟ୍ ରହିବାକୁ ବିଶ୍ରାମ ଦିଆଯାଇପାରେ। ବାଂଲାଦେଶ ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇ ଫାଇନାଲ ଦୋୖଡରୁ ବାଦ ପଡିଛି। ତେଣୁ ଏହି ମ୍ୟାଚକୁ ବାଂଲାଦେଶ କେବଳ ବିଶ୍ବକପ ପୂର୍ବରୁ ନିଜର ସାମର୍ଥ୍ୟ ପରୀକ୍ଷା କରିବାକୁ ଖେଳିବ।

ଅନ୍ୟମାନଙ୍କୁ ଜଣାନ୍ତୁ।