ମୁମ୍ବାଇ (୧୮.୩.୨୩) : କେଏଲ୍ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦମଦାର ପ୍ରଦର୍ଶନ ଫଳରେ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି ଟିମ୍ ଇଣ୍ଡିଆ । ୫ ୱିକେଟ୍ରେ ବିଜୟୀ ହୋଇଛି ଭାରତ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ୩୫ ଓଭର ୪ଟି ବଲ୍ରେ ମାତ୍ର ୧୮୮ ରନ୍ କରି ସମସ୍ତ ୱିକେଟ୍ ହରାଇ ଥିଲା କଙ୍ଗାରୁ ଦଳ । ମହମ୍ମଦ ସାମି ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏପଟେ ୧୮୯ ରନ୍ର ଟାର୍ଗେଟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଭାରତର ଟପ୍ ଅର୍ଡର ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ଗୋଟିଏ ସମୟରେ ମାତ୍ର ୮୩ ରନ୍ କରି ୫ ଟି ୱିକେଟ୍ ହରାଇଥିଲା ଘରୋଇ ଦଳ । ତେବେ କେଏଲ୍ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଯୋଡ଼ି ଆଷ୍ଟ୍ରେଲିଆ ବିଜୟ ପଥରେ କଂଟା ସାଜିଥିଲେ । ଉଭୟ ଅପରାଜିତ ଇଂନିସ୍ ଖେଳି ଭାରତକୁ ଏକ ସହଜ ବିଜୟ ଦେଇଥିଲେ । ୧୦ ଓଭର ପୂର୍ବରୁ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । କେଏଲ୍ ରାହୁଲ ୬୫ ବଲ୍ରେ ୮୧ ରନ୍ କରି ଅପରାଜିତ ରହିଥିଲେ । ଦୁଇଟି ୱିକେଟ୍ ନେବା ସହ ଅପରାଜିତ ୪୫ ରନ୍ କରିଥିବା ରବୀନ୍ଦ୍ର ଜାଡେଜାଙ୍କୁ ପ୍ଲେୟାର୍ ଅଫ୍ ମ୍ୟାଚ୍ ଘୋଷଣା କରାଯାଇଥିଲା ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ