ଏଏନଏସ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚରେ ବିଜୟ ହାସଲ କରିଛି ଭାରତ | ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଏକ ବଡ଼ ସ୍କୋର ପକାଇଥିଲେ। ରୋହିତ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକରୁ ୪୭ ରନ ରେ ବଞ୍ଚିତ ହୋଇଥିଲେ। ସେହିପରି ଶୁଭମନ ଗିଲ୍ ୭୯ ରନ କରି ଏକ ଶତକ ଆଡକୁ ଗତି କରୁଥିବାବେଳେ ସେ ରିଟାୟାର୍ଡ ହଟ୍ ହୋଇ ପାଭିଲିୟନ ଫେରିଥିଲେ। କିନ୍ତୁ ଆଜି ମ୍ଯାଚର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ୫୦ ତମ ଶତକ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଶତକ। ବିରାଟ ୧୧୭ ରନ ଓ ଆୟର ୧୦୫ କରି ଆଉଟ ହୋଇଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ବିକେଟ ହରାଇ ୩୯୭ ରନ କରିଥିଲା ।

କ୍ରିକେଟ ବିଶ୍ୱକପ: ନ୍ୟୁଜଲ୍ୟାଣ୍ଡକୁ ପଛରେ ପକାଇ ଫାଇନାଲ୍ ରେ ପହଞ୍ଚିଲା ଭାରତ
- Post published:November 15, 2023
- Post category:କ୍ରୀଡା
- Reading time:1 mins read