ଲକ୍ଷ୍ନୌ (୬.୧୦.୨୨) : ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ଟସ୍ ଜିତିଛନ୍ତି ଭାରତର କାମଚଳା ଅଧିନାୟକ ଶିଖର ଧୱନ । ସେ ଟସ୍ ଜିତିବା ପରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିମନ୍ତ୍ରଣ କରିଛନ୍ତି । ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଖେଳା ଯାଉଥିବା ଏହି ମ୍ୟାଚ୍ ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଛି। ଏଥିପାଇଁ ମ୍ୟାଚ୍କୁ ୪୦ ଓଭର ବିଶିଷ୍ଟ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ଭାରତ ୨-୧ରେ ଜିତିଥିଲା। ହେଲେ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସାମିଲ ଥିବା କୌଣସି ଖେଳାଳି ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ଏଥିପାଇଁ ଧୱନଙ୍କୁ ଅଧିନାୟକ ଓ ଶ୍ରେୟସ ଆୟରଙ୍କୁ ଉପ ଅଧିନାୟକ କରାଯାଇଛି। ଭାରତ ପାଇଁ ଆଜି ଦିନିକିଆରେ ଋତୁରାଜ ଗାଏକ୍ୱାଡ ଓ ଲେଗ ସ୍ପିନର ରବି ବିଷ୍ଣୋଇ ଡେବ୍ୟୁ କରିଛନ୍ତି।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା