You are currently viewing ବିଶ୍ଵକପ୍‌ରେ ବିଜୟୀ ଛକା, ୧୦୦ ରନ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ

ବିଶ୍ଵକପ୍‌ରେ ବିଜୟୀ ଛକା, ୧୦୦ ରନ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ

  • Post category:କ୍ରୀଡା
  • Reading time:1 mins read

ଲକ୍ଷ୍ନୌ: ଟିମ୍ ଇଣ୍ଡିଆ ୨୦୨୩ ଦିନିକିଆ ବିଶ୍ବକପ୍‌ରେ କ୍ରମାଗତ ଷଷ୍ଠ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ରବିବାର ରୋହିତ ସେନା ୧୦୦ ରନ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ମାତ୍ ଦେଇଛି । ଭାରତ ବିଶ୍ଵକପରେ ଇଂଲଣ୍ଡକୁ ୨୦ ବର୍ଷ ପରେ ପରାଜିତ କରିଛି। ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ ସହ ଦୃଢ଼ ନେତୃତ୍ଵ ନେଇଥ‌ିବା ରୋହିତ ଶର୍ମା ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।

ରୋହିତଙ୍କ ୮୭ ରନ୍ ସହାୟତାରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ୯ ୱିକେଟ୍ ହରାଇ ୨୨୯ ରନ୍ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୪.୫ ଓଭର୍‌ରେ ମାତ୍ର ୧୨୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଆୟୋଜକ ଟିମ୍ ପକ୍ଷରୁ ପେସର୍ ମହମ୍ମଦ ଶାମୀ ସର୍ବାଧ‌ିକ ଚାରି ୱିକେଟ୍ ନେଇଥିଲେ। ଭାରତ ନିଜ ପରବର୍ତ୍ତୀ ମ୍ୟାଚ୍‌ରେ ନଭେମ୍ବର ୨ରେ ଶ୍ରୀଲଙ୍କାକୁ ଭେଟିବ।

ଅନ୍ୟମାନଙ୍କୁ ଜଣାନ୍ତୁ।